• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଦିଲ୍ଲୀ ସରକାର ବନାମ କେନ୍ଦ୍ର ସରକାର । ଦିଲ୍ଲୀର ସମସ୍ତ ବଦଳି ଓ ନିଯୁକ୍ତି ଦାୟିତ୍ୱ କ୍ଷମତାସୀନ ଆପ୍ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଦାନ କରିଥିଲେ। ଏହାକୁ ଅଧ୍ୟାଦେଶ ଦ୍ୱାରା ଅକାମୀ କରି କେନ୍ଦ୍ର ସରକାର ପ୍ରଶାସନିକ ସେବାର ସବୁ ଦାୟିତ୍ୱ ଉପ ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଛନ୍ତି ।

ତେବେ ସୁପ୍ରିମକୋର୍ଟ, ଆପ୍ ସରକାର ସପକ୍ଷରେ ରାୟ ଦେଇଥିବା ବେଳେ ଏବେ ପୁଣି ବିବାଦ ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାୟର ପୁନଃବିଚାର କରିବାକୁ ଆବେଦନ କରିଛନ୍ତି । ସେପଟେ ନିଯୁକ୍ତି ଓ ବଦଳି ଦାୟିତ୍ୱ ଉପରାଜ୍ୟପାଳଙ୍କର ବୋଲି କହି କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛି ଆପ୍‌ ସରକାର ।

ଦିଲ୍ଲୀରେ କାର୍ଯ୍ୟରତ ବ୍ୟୁରୋକ୍ରାଟ୍ ଓ ଗ୍ରୁପ୍ A ଅଧିକାରୀଙ୍କ ବଦଳିକୁ ନେଇ ସବୋର୍ଚ୍ଚ ଅଦାଲତ ପୂର୍ବରୁ ଆପ୍‌ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ହେଲେ ଗତକାଲି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ଅଣାଯାଇଛି । ଯେଉଁଥିରେ ନ୍ୟାସନାଲ କ୍ୟାପିଟାଲ ସିଭିଲ୍ ସର୍ଭିସ-NCCS ନାମକ ଏକ କମିଟି ଗଠନ ହୋଇଛି । 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଦାୟିତ୍‌ଆ ତୁଲାଇବେ । ଏହାସହ ପ୍ରମୁଖ ସଚିବ ଓ ଗୃହ ମନ୍ତ୍ରଣାଳୟର ପ୍ରମୁଖ ସଚିବ ମଧ୍ୟ ଏହି କମିଟିରେ ରହିବେ । ବାବୁମାନଙ୍କ ବଦଳି କିମ୍ବା ନିଯୁକ୍ତିକୁ ନେଇ ଏହି କମିଟି ଭୋଟିଂ ଜରିଆରେ ନିଷ୍ପତ୍ତି ନେବ ବୋଲି ସ୍ଥିର ହୋଇଛି । ଏଥିରେ ନିଷ୍ପତ୍ତି ହୋଇ ନପାରିଲେ ଦିଲ୍ଲୀର LG ଏହାର ନିଷ୍ପତ୍ତି ନେବେ । ଏହି କମିଟିର ପରାମର୍ଶ ପରେ କେନ୍ଦ୍ର ସରକାର ନିଯୁକ୍ତି କିମ୍ବା ବଦଳି କରି ପାରିବେ ବୋଲି ଅଧ୍ୟାଦେଶରେ ପ୍ରାବଧାନ ରହିଛି । ହେଲେ ଏବେ ଏହି ଅଧ୍ୟାଦେଶକୁ ନେଇ ରାଜନୀତି ତେଜିବାରେ ଲାଗିଛି ।