Advertisment

ଷଷ୍ଠ ସମନକୁ ଅଣଦେଖା, ଇଡିରେ ହାଜର ହେଲେନି କେଜ୍ରିୱାଲ

ଆପ୍‌ ପକ୍ଷରୁ କୁହାଯାଇଛି କି ‘ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଉଥିବା ସମନ ବେଆଇନ୍।

Arvind Kejriwal

Arvind Kejriwal

Advertisment

ପୁଣି ଇଡି ସମନକୁ ଅଣଦେଖା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଲଗାତର ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ଡାକରା ହୋଇଥିଲେ ମଧ୍ୟ ହାଜର ହୋଇନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏନେଇ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ଆପ୍‌ ପକ୍ଷରୁ କୁହାଯାଇଛି କି ‘ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଉଥିବା ସମନ ବେଆଇନ୍। ବାରମ୍ବାର ସମନ ପଠାଇବା ଅପେକ୍ଷା କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍‌ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

Advertisment

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଫେବ୍ରୁଆରୀ ୧୭ରେ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରି ଫେବ୍ରୁଆରୀ ୧୯ରେ ପଚରାଉଚରା ପାଇଁ ଡାକିଥିଲା। ଏହାପୂର୍ବରୁ ନଭେମ୍ବର ୨, ଡିସେମ୍ବର ୨୧, ଜାନୁଆରୀ ୩, ଜାନୁଆରୀ ୧୭ ଓ ଫେବ୍ରୁଆରୀ ୨ରେ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା ଇଡି। ତେବେ ପାଞ୍ଚ ଥର ସମନ ପଠାଇବା ପରେ ହଜାର ନହେବାରୁ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା।

ଫେବ୍ରୁଆରୀ ୧୪ରେ କୋର୍ଟ ପକ୍ଷରୁ କେଜ୍ରିୱାଲଙ୍କୁ ଫେବ୍ରୁଆରୀ ୧୭ରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ତେବେ ଦିଲ୍ଲୀ ବିଧାନସଭାରେ ବଜେଟ୍‌ ଅଧିବେଶନ ଓ ବିଶ୍ୱାସ ପ୍ରସ୍ତାବ ହେତୁ କେଜ୍ରିୱାଲ ଭର୍ଚ୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିଲେ। ଏହା ପରେ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ କରିବାକୁ କହିଛନ୍ତି। ସେଦିନ କେଜ୍ରିୱାଲ କୋର୍ଟରେ ହାଜର ହେବେ। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ଇଡି ଖୁବଶୀଘ୍ର ଅରବିନ୍ଦ୍ର କେଜ୍ରିୱାଲଙ୍କୁ ସପ୍ତମ ସମନ ପଠାଇପାରେ।

Advertisment
Arvind Kejriwal Delhi CM Enforcement Directorate AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ