Advertisment

ବଡ଼ ଖବର: ଆତିଶି ମର୍ଲେନା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁକୁ ମୋହର ଲାଗିଛି ।

ଅଦ୍ୟତନ ହୋଇଛି
Atishi Marlena To Be Delhi's New CM

Delhi Minister Atishi

Advertisment

ବଡ଼ ଖବର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁ ଉପରେ ମୋହର ଲାଗିଛି । ଆତିଶୀଙ୍କ ନାଁ ଘୋଷଣା କଲେ ଅରବିନ୍ଦ କେଜରିୱାଲ । କେଜରିୱାଲଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା।

Advertisment

ଆସନ୍ତା ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ହାତରେ ଆଉ ମାତ୍ର ୪ ମାସ। ତେବେ ଏହା ପୂର୍ବରୁ ଏଇ ନଭେମ୍ବରରେ ମହାରାଷ୍ଟ୍ର ସହ ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗୁଆ କରିବାକୁ ଦାବି କରିଛନ୍ତି କେଜରିୱାଲ। ଏଥିସହ ସ୍ପଷ୍ଟ କରିଛନ୍ତି, ସେ ଇସ୍ତଫା ଦେବା ପରେ ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି।

Advertisment

ଅଧିକ ପଢନ୍ତୁ : କୋଲକାତା ଅଭୟାକାଣ୍ଡ ମାମଲା: ମମତା-ଡାକ୍ତରଙ୍କ ଆଲୋଚନା ହେଲା ଅସମାପ୍ତ

ତେବେ କେଜରିୱାଲଙ୍କ ଘୋଷଣାକୁ ପିଆର୍  ଷ୍ଟଣ୍ଟ କହିଥିଲା ବିଜେପି। ଦଳ କହିଥିଲା, କେଜରିୱାଲ ବହୁ ପୂର୍ବରୁ ପଦ ଛାଡ଼ିବା କଥା। ଏହି ୪୮ ଘଣ୍ଟାର ସମୟ ଭିତରେ ପତ୍ନୀ ସୁନୀତା କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଯୋଜନା କରୁଛନ୍ତି। ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରି ସୋନିଆ ଗାନ୍ଧି ଯେଭଳି ସରକାର ଚଲାଉଥିଲେ, ଠିକ୍ ସେହିଭଳି ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରି କେଜରିୱାଲ ନିଜେ ଶାସନ କରିବେ ବୋଲି ଆରୋପ କରିଥିଲା ବିଜେପି। 

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୬ମାସ ଜେଲରେ ରହିବା ପରେ କେଜରିୱାଲଙ୍କୁ ଜାମିନ୍ ମିଳିଛି। ତେବେ କଠୋର ଜାମିନ ସର୍ତ୍ତ ରଖିଥିଲେ ସୁପ୍ରିମକୋର୍ଟ। କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇପାରିବେନି। କୌଣସି ସରକାରୀ ଫାଇଲ୍ କିମ୍ବା ଦସ୍ତାବିଜରେ ଦସ୍ତଖତ କରିପାରିବେନି। ଯଦି ଦସ୍ତଖତ ଜରୁରୀ ତେବେ ଏଥିପାଇଁ ନେବାକୁ ପଡିବ ଉପରାଜ୍ୟପାଳଙ୍କ ଅନୁମତି। ମାମଲା ସମ୍ପର୍କରେ କୌଣସି ସାର୍ବଜନୀନ ମତ କି ମନ୍ତବ୍ୟ ଦେବେ ନାହିଁ। ତଦନ୍ତରେ ବାଧା ଦେବେନାହିଁ କି ସାକ୍ଷୀଙ୍କୁ ପ୍ରଭାବିତ କରିବେନି। ଆବଶ୍ୟକ ପଡ଼ିଲେ କୋର୍ଟରେ ହାଜର ହେବେ। ଉଚ୍ଚତମ ନ୍ୟାୟାଳୟଙ୍କ ଏଭଳି ସର୍ତ୍ତ ପରେ ମୁଖ୍ୟମନ୍ତ୍ରୀ ଭାବେ କେଜରିୱାଲଙ୍କ ପାଖରେ ନା ଆଉ କୌଣସି କ୍ଷମତା ଥିଲା ନା ବିକଳ୍ପ। ତେଣୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂଆ ଅତିଥି; ବାଛୁରୀ ସହ ବୁଲିଲେ, ପୂଜା କଲେ ମୋଦି

Arvind Kejriwal Delhi CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ