Advertisment

Delhi Assembly Election: ଆଜି ଆସିବ ଜନାଦେଶ; କିଏ ଜିତିବ ଦିଲ୍ଲୀ ଦିଲ୍

ଏଥର କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ? ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ସମସ୍ତଙ୍କ ଉପରେ ନଜର ରହିଛି।

Delhi Assembly Election

Delhi Assembly Election

Advertisment

ଆଜି ଆସିବ ଦିଲ୍ଲୀ ଜନାଦେଶ। ଫଳାଫଳ ଉପରେ ସାରା ଦେଶର ନଜର ରହିଛି। ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ୍ ଗଣତି। ସକାଳ ୮ଟାରୁ ସାମ୍ନାକୁ ଆସିବ ଟ୍ରେଣ୍ଡ୍। ୬୯୯ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା।

Advertisment

ଏଥର କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ? ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ସମସ୍ତଙ୍କ ଉପରେ ନଜର ରହିଛି।

ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିଥିଲେ ୧.୫୫ କୋଟି ଭୋଟର୍। ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୬୯୯ ଜଣ ପ୍ରାର୍ଥୀ।।

Advertisment

ଅନ୍ୟପକ୍ଷରେ  ଗଣତି ପୂର୍ବରୁ ଦିଲ୍ଲୀ ଦଙ୍ଗଲରେ ଏଥର ଆମ୍‌ ଆଦମୀ ପାର୍ଟି ସାଫ୍ ହେଉଛି ଏକଜିଟ୍ ପୋଲ୍‌ରୁ ଆକଳନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି- ବିଜେପି ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ବୋଲି ଆକଳନ କରାଯାଇଥିଲା।   ସେହିପରି ଗତଥର ଭଳି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ ବୋଲି ଆକଳନ କରାଯାଇଛି। 

MATRIZE ର ଆକଳନ ଅନୁସାରେ, ଦିଲ୍ଲୀ ଦଙ୍ଗଲରେ ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି। 

Advertisment

ଅଧିକ ପଢ଼ନ୍ତୁ: Delhi Exit Polls 2025: ଦିଲ୍ଲୀରେ ହେବ ବିଜେପି ସରକାର ! ସବୁ ଏକଜିଟ୍‌ ପୋଲ୍‌ରେ BJPକୁ ବହୁମତ

BJP Congress Delhi Assembly Elections Aaam Aadmi Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ