Delhi Fire Mishap
ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଲିପୁର ଦୟାଲ ମାର୍କେଟରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଫ୍ୟାକ୍ଟ୍ରିରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଥିଲା ଯେ ୨୨ଟି ଦମକଳ ବାହିନୀ ଆସିବା ପରେ ନିଆଁ କାବୁ ହୋଇଛି। ମୃତକମାନେ ଫ୍ୟାକ୍ଟ୍ରିର କର୍ମଚାରୀ ବୋଲି ସୂଚନା ମିଳିଛି।
ଅଗ୍ନିକାଣ୍ଡରେ ଆଉ କିଛି ଲୋକେ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗୁରୁବାର ସଂଧ୍ୟା ସାଢ଼େ ୫ଟା ବେଳେ ଅଲିପୁର ଅଞ୍ଚଳରେ ଏକ କାରଖାନାରେ ନିଆଁ ଲାଗିଥିବା ଖବର ଆସିଥିଲା। ପରେ ସେଠାକୁ ଗୋଟିଏ ପରେ ଗୋଟିଏ ଦମକଳ ବାହିନୀକୁ ପଠାଯାଇଥିଲା। ୨୨ଟି ଦମକଳ ବାହିନୀ ଦୀର୍ଘ ସମୟ ଧରି କସରତ କରିବା ପରେ ରାତି ୯ଟା ବେଳକୁ ନିଆଁ ଆୟତ୍ତକୁ ଆସିଥିଲା। ପୋଲିସ ସୂଚନା ଅନୁଯାୟୀ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ କିଭଳି ସ୍ଥିତିରେ ଘଟିଲା ବିସ୍ଫୋରଣ ସେ ନେଇ ଖୋଳତାଡ଼ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708051442.jpg)