• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଜାନ୍ ମୁଁ ଭାଙ୍ଗି ପଡିଛି ’। ତୁମ ବିନା ଦୁନିଆର ମୂଲ୍ୟ କିଛି ନାହିଁ । ସ୍ୱପ୍ନ ସବୁ ଛାରଖାର ହୋଇଯାଇଛି । ମୁଁ ଭିତରୁ ମରିସାରିଛି । ଦୟାକରି ମୋ ପାଖକୁ ଫେରିଆସ । ସବୁ ସମୟରେ ମୋ ସହିତ ରହିବ ବୋଲି କଥା ଦେଇଥିଲ । ହେଲେ ଅଧାରୁ ହାତ ଛାଡ଼ି କାହିଁକି ଚାଲିଗଲ । ମୁଁ ତୁମକୁ ବହୁତ ଭଲପାଏ । ମୋର ସୋଲ ବୟ, ତୁମେ ମୋର ହାର୍ଟବିଟ୍ । " ସୋସିଆଲ ମିଡିଆରେ ଭାବୁକପୂର୍ଣ୍ଣ ପୋଷ୍ଟ କରିଛନ୍ତି ମୃତ ଦୀପ ସିଦ୍ଧୁଙ୍କ ଗର୍ଲଫ୍ରେଣ୍ଡ୍‌  ରୀନା ରାଜ ।

Truesoulmates ହାସଟାଗ ତଥା ବିଭିନ୍ନ ପ୍ରକାର ଇମୋଜି ଦେଇ ସୋସିଆଲ ମିଡିଆରେ ସେ ନିଜ ଦୁଃଖ ବଖାଣିଛନ୍ତି । ଏହା ବ୍ୟତୀତ ରୀନା ରାଜଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଦୀପ ସିଦ୍ଧୁଙ୍କ ଧଳା ଜ୍ୟାକେଟକୁ ଅତି ସ୍ନେହରେ ଛୁଇଁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସହିତ ରୈନା ଲେଖିଛନ୍ତି, "ମୋ ଜୀବନର ଜ୍ୟାକେଟ୍। ମୁଁ ତୁମ ବିନା ମରୁଛି, ଦୟାକରି ମୋ ପାଖକୁ ଫେରି ଆସ।"

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ୧୬ ଫେବୃଆରୀରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଆଉ ତାଙ୍କ ଦୁର୍ଘଟଣା ପରେ ପ୍ରେମିକା ରୀନା  ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ଭାଲେଣ୍ଟାଇନ୍ସ ଡେ ପାଳନ କରିବାକୁ ରୈନା ବିଦେଶରୁ ଆସିଥିଲେ । ବିଳମ୍ବିତ ରାତିରେ ଦୀପଙ୍କ ସହ ଲୁଧିଆନା ଅଭିମୁଖେ ଯାଉଥିବାବେଳେ ସୋନିପତ୍ ନିକଟରେ ତାଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କୁଣ୍ଡଲି-ମାନେଶ୍ୱର-ପଲଓ୍ୱାର ଏକ୍ସପ୍ରେସ ୱେର ପିପଲି ଟୋଲ ନିକଟରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଦୀପ ସିଦ୍ଧୁଙ୍କ କାର ପିଟି ହୋଇଯାଇଥିଲା । ପରେ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣା ପରେ ରୀନାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀପଙ୍କ ପରି ରୀନା ମଧ୍ୟ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ ।

ଲାଲକିଲ୍ଲା ହିଂସା ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିଲେ ଦୀପ୍ ସିଦ୍ଧୁ । ଏହି ମାମଲାରେ ସେ ଜାମିନରେ ଥିଲେ । ଦୀପ ସିଦ୍ଧୁ ଜଣେ ଅଭିନେତା ଓ ସାମାଜିକ କର୍ମୀ ହିସାବରେ ବେଶ ଲୋକପ୍ରିୟ ଥିଲେ । ତାଙ୍କ ଅକାଳ ବିୟୋଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂ ଚନ୍ନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।