Advertisment

ଅପହରଣର ୧୪ ମାସ ପରେ ମିଳିଲା ଯବାନଙ୍କ ମୃତଦେହ

୧୪ ମାସ ପୂର୍ବରୁ ଭାରତୀୟ ସେନାର ଜଣେ ଯବାନଙ୍କୁ ସନ୍ଦିଗ୍ଧ ଆତଙ୍କୀମାନେ  ଜମ୍ମୁକଶ୍ମୀରରୁ ଅପହରଣ କରି ନେଇଥିଲେ। ବହୁ ଖୋଜାଖୋଜି ପରେ ବି ଯବନାଙ୍କର କୌଣସି ଠିକଣା ମିଳି ନ ଥିଲା। ହେଲେ ଦୀର୍ଘ ମାସ ପରେ ନିଖୋଜ ଯବାନଙ୍କ ପିତା ପୁଅର ମୃତ ଦେହକୁ ଏକ ବଗିଚା ଭିତରୁ ଉଦ୍ଧାର କରିଛନ୍ତି।

ଅଦ୍ୟତନ ହୋଇଛି
missing soldier

missing soldier

Advertisment

ଶ୍ରୀନଗର:୧୪ ମାସ ପୂର୍ବରୁ ଭାରତୀୟ ସେନାର ଜଣେ ଯବାନଙ୍କୁ ସନ୍ଦିଗ୍ଧ ଆତଙ୍କୀମାନେ  ଜମ୍ମୁକଶ୍ମୀରରୁ ଅପହରଣ କରି ନେଇଥିଲେ। ବହୁ ଖୋଜାଖୋଜି ପରେ ବି ଯବନାଙ୍କର କୌଣସି ଠିକଣା ମିଳି ନ ଥିଲା। ହେଲେ ଦୀର୍ଘ ମାସ ପରେ ନିଖୋଜ ଯବାନଙ୍କ ପିତା ପୁଅର ମୃତ ଦେହକୁ ଏକ ବଗିଚା ଭିତରୁ ପାଇଛନ୍ତି। ଯବାନଙ୍କ ପିତା ମଞ୍ଜୁର ଅହମ୍ମଦ ବାଗେଙ୍କୁ ବୁଧବାର ଫୋନରେ କେହି ଜଣେ ସୂଚନା ଦେଇ କହିଥିଲେ ଯେ, ଏକ ବଗିଚାରେ ଏକ ମୃତ ଦେହ ପଡ଼ିଛି। ବୋଧହୁଏ ଏହା ତାଙ୍କ ପୁଅର ହୋଇପାରେ। ଏହା ପରେ ମଞ୍ଜୁର ଅହମଦ ଘଟଣାସ୍ଥଳକୁ ଯାଇ ଶବକୁ ଚିହ୍ନଟ କରିଥିଲେ। 
ମୃତ ଯବାନ ଶାକୀର ମଞ୍ଜୁର ଶୋପିୟାନର ବଲପୋରାରେ ଆର୍ମି ୟୁନିଟରେ ରାଇଫଲ ମ୍ୟାନ ଭାବେ ନିଯୁକ୍ତ ଥିଲେ। ୨୦୨୦ ଅଗଷ୍ଟ ୨ ତାରିଖରେ ଘରେ ଇଦ୍‌ ସମୟରେ ସେ ନିଖୋଜ ହୋଇ ଯାଇଥିଲେ। ଯେଉଁ କ୍ୟାମ୍ପରେ ସେ ଡ୍ୟୁଟିରେ ଥିଲେ, ସେଠାକୁ ଫେରୁଥିବାବେଳେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ସେହି ରାତିରେ ତାଙ୍କର ଗାଡିକୁ ଗାଁଠାରୁ ପ୍ରାୟ ୧୬ କିମି ଦୂର କୁଲଗାଓଁ ଜିଲ୍ଲାର ଏକ ଜମିରୁ ଉଦ୍ଧାର କରାଯାଇଥିଲା। ଗାଡିକୁ ଆତଙ୍କୀମାନେ ଜାଳି ଦେଇଥିଲେ। 
ଅପହରଣର ପ୍ରାୟ ୭ ଦିନ ପରେ ଶାକୀରଙ୍କର ପୋଷାକ ଘରଠାରୁ ୩ କିମି ଦୂର ଏକ ଖାଇରୁ ମିଳିଥିଲା। ହେଲେ ପୁଅର କୌଣସି ଖୋଜ ଖବର ନ ମିଳିବାରୁ ବାପା ମଞ୍ଜୁର ଅହମ୍ମଦ ତାଙ୍କୁ ଖୋଜୁଥିଲେ। 

Advertisment

ବୁଧବାର ଦିନ ଗୁଲଗାଓଁ ଜିଲ୍ଲାର ମହମ୍ମଦପୋରା ଇଲାକାରେ ମିଳିଥିବା ଶବ ଶାକୀରର ବୋଲି ତାଙ୍କ ବାପା ଚିହ୍ନଟ କରିଥିଲେ। ଶବସହ ଟ୍ରାକ୍‌ସୁଟ୍‌ ଏବଂ ଏକ ତାବିଜ ମଧ୍ୟ ଉଦ୍ଧାର କରାଯାଇଥିଲା। ଏହାକୁ ଦେଖି ପରିବାର ଲୋକେ ଶବକୁ ଚିହ୍ନଟ କରିଥିଲେ। ଶାକୀରଙ୍କ ସାନ ଭାଇ ଶାନ ମଧ୍ୟ ଶବ ତାଙ୍କ ଭାଇଙ୍କର ବୋଲି କହିଛନ୍ତି। କିଛି ବର୍ଷ ପୂର୍ବରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ତାଙ୍କ ଗୋଡରେ ଏକ ସିଲେଇର ଚିହ୍ନ ରହିଥିଲା। ଡାକ୍ତରଖାନାରେ ଡାକ୍ତର ଗୋଡ ସଫା କରିବା ସମୟରେ ଏହି ସିଲେଇ ଦାଗ ଦେଖିବାକୁ ମିଳିଥିଲା। 
ତେବେ ପୋଲିସ ଶବ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି। ଶବକୁ ଗତକାଲି ରାତିରେ ସେନା ଦାୟିତ୍ୱରେ ରଖାଯାଇଥିଲା। କାଲି ଶବକୁ କବର ଦିଆଯିବ। ସୂତନାଥାଉ କି, ଶାନ ଆଲିଗଡରେ ପଢୁଥିଲେ। ଶାକୀର ନିଖୋଜ ହେବା ପରେ ଶାନଙ୍କୁ ପାଠପଢା ଅଧାରୁ ଛାଡ଼ିବାକୁ ପଡ଼ିଥିଲା। ସାରା ପରିବାର ଶାକୀରଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ। ଜମ୍ମୁ-କଶ୍ମୀର ଡିଜିପିଙ୍କ କହିବା ଅନୁଯାୟୀ, ଶବକୁ ପରିବାର ଲୋକେ ଚିହ୍ନଟ କରିଛନ୍ତି। ହେଲେ ପ୍ରମାଣ ପାଇଁ ତାଙ୍କର ଡିଏନଏ ପରୀକ୍ଷା କରାଯିବ। 

Advertisment
Indian Army Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ