Advertisment

ବଜ୍ରପାତ ନେଇଗଲା ୭୦ ଜୀବନ

ଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭୦ ଜୀବନ ନେଇଛି। ଉତ୍ତର ପ୍ରଦେଶରୁ ୪୩, ରାଜସ୍ଥାନରୁ ୨୦, ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
ବଜ୍ରପାତ ନେଇଗଲା ୭୦ ଜୀବନ

lightning death

Advertisment

ନୂଆଦିଲ୍ଲୀ: ଆକାଶରୁ ଘସିଲା ମୃତ୍ୟୁ । ନେଇଗଲା ୭୦ ଜୀବନ। ଆଜି ଦେଶରେ ବିଭନ୍ନ ସ୍ଥାନରେ ବଜ୍ରପାତ ଘଟି ୭୦ ଜଣଙ୍କ ଜୀବନ ଯାଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି । ଉତ୍ତର ଭାରତର ୟୁପି, ରାଜସ୍ଥାନ, ମଧ୍ୟପ୍ରଦେଶରେ ବଜ୍ରପାତ୍ର ଘଟିଛି। କେବଳ ଉତ୍ତର ପ୍ରଦେଶରୁ ୪୩ ଜଣଙ୍କ ଜୀବନ ଯାଇଛି। ବଜ୍ରପାତ ଯୋଗୁ କାନପୁର ଏବଂ ଏହାର ଆଖପାଖ  ଜିଲ୍ଲାରେ ୧୮, ପ୍ରୟାଗରାଜରେ ୧୪, କୌଶାମ୍ବିରେ ୪, ଆଗ୍ରାରେ ୩, ଶିକୋହାବାଦରେ ୩, ଉନ୍ନାବରେ ୨, ପ୍ରତାପଗଡ ଏବଂ ବାରଣାସୀ, ରାୟବରେଲିରେ ଜଣେ ଲେଖାଏ ଆଖି ବୁଜିଛନ୍ତି। ଅନେକ ସ୍ଥାନରେ ଗୃହପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଗୋରୁ ମଧ୍ୟ ପ୍ରାଣ ହରାଇଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଦେବା ପାଇଁ ୟୁପି ସରକାର ଘୋଷଣା କରିଛନ୍ତି। 

Advertisment

ସେହିପରି  ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି।  ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।  ରାଜସ୍ଥାନରେ ଆମେର କିଲା ନିକଟରେ ଟାୱାର ଉପରେ ଚଢି ସେଲ୍‌ଫି ନେଉଥିବାବେଳେ ବଜ୍ରପାତ ହେବାରୁ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଠାରେ ବଜ୍ରାଘାତରେ ୨୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି। ବଜ୍ରାଘାତରେ ବାରାନ୍‌ ଓ ଝାଲାୱାରରେ ଜଣେ ଲେଖାଏ, କୋଟାରେ ୪ଜଣ ଓ ଧୋଲପୁର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।  ସେହିପରି ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଏ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। 

ଅନ୍ୟପକ୍ଷେ ଦିଲ୍ଲୀରେ ମଧ୍ୟ ପାଗ ଖରାପ ଅଛି। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ଦିଲ୍ଲରେ ମୌସିମୀ ସକ୍ରିୟ ହେବା ପାଇଁ ଅନୁକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଏଠାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗ ଭୂସ୍ଖଳନ ଘଟି ଗୋଟିଏ ଗାଁର କୋଠାଘଣ ଭୁଷୁଡି ପଡ଼ିଛି। ସେହିପରି କେରଳରେ ମୌସୁମୀ ସକ୍ରିୟ ହେବା ପରେ ରବିବାର ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ୫ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।

Advertisment
India News Lightning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ