Advertisment

ମୃତ OAS ଅଫିସରଙ୍କୁ ମୋଦିଙ୍କ ସୁରକ୍ଷା ଦାୟିତ୍ୱ ! ବିଜେଡି କଲା ସମାଲୋଚନା

ବିଜେଡିର ସମାଲୋଚନା ନେଇ ବିଜେପି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Narendra Modi

Narendra Modi

Advertisment

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହା ପୂର୍ବରୁ ଆରମ୍ଭ ହୋଇଛି ବିବାଦ । କାରଣ ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ଜଣେ ମୃତ ଅଫିସର । ଅର୍ଥାତ ମୋଦିଙ୍କ ସୁରକ୍ଷା ପାଇଁ ଯେଉଁ ସବୁ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି, ସେହି ତାଲିକାରେ ଜଣେ ମୃତ ଓଏସ୍‌ ଅଫିସରଙ୍କ ନାଁ ରହିଛି ।

Advertisment

ମୋଦିଙ୍କ ଓଡ଼ିଶା ଗସ୍ତ ଯୋଗୁଁ ବିଭିନ୍ନ ଅଫିସରମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ତେବେ ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ ତାଲିକାରେ ଓଏଏସ୍ ଅଫିସର ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଛି। ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ଅଫିସରଙ୍କ ତାଲିକାରେ ତାଙ୍କ ନାଁ ଥିବା ଦେଖିବାକୁ ମିଳିଛି। ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। କଟକରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।

ତେବେ ଏହି ତାଲିକାକୁ ନେଇ ବିଜେଡି ରଜ୍ୟସଭା ସାଂସଦ ସୁଲତା ଦେଓ କରିଛନ୍ତି କଡ଼ା ସମାଲୋଚନା । ସୋସିଆଲ ମିଡିଆରେ ଲେଖିଲେ ଭଗବାନ ଭରସାରେ ଓଡ଼ିଶାର ଶାସନ । ଏହାକୁ ବିଜେଡି ସମାଲୋଚନା କରିବା ସହ ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ତେବେ ବିଜେଡିର ସମାଲୋଚନା ନେଇ ବିଜେପି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

BJP Odisha Visit Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ