Advertisment

ଗୋଟିଏ କି ଦୁଇଟି ନୁହେଁ, ପାଣି ଟାଙ୍କିରୁ ମିଳିଲା ୩୦ମାଙ୍କଡ଼ଙ୍କ ମୃତଦେହ; ୨୦୦ପରିବାର ପିଉଥିଲେ ପାଣି

ନାଗାର୍ଜୁନ ସାଗର ନିକଟରେ ଥିବା ଏହି ପାଣି ଟାଙ୍କିରୁ ପ୍ରାୟ ୨୦୦ ପରିବାରକୁ ଜଳ ଯୋଗାଣ ହେଉଥିଲା। ପାଣି ଦୁର୍ଗନ୍ଧ ହେବାରୁ ଲୋକମାନଙ୍କର ସନ୍ଦେହ ବଢିଥିଲା। ଏନେଇ ସେମାନେ ମ୍ୟୁନିସିପାଲିଟିରେ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Monkeys Found Dead in Water Tank In Telangana

Dead Bodies Of 20 Monkeys Found In Water Tank

Advertisment

ପିଇବା ପାଣି ଟାଙ୍କିରୁ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହି ପାଣି ଟାଙ୍କିରୁ ପାଣି ବ୍ୟବହାର କରିଥିବା ୨ଶହ ପରିବାରର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ।

Advertisment

ତାତି ବଢୁଥିବା ବେଳେ ପାଣି ଟୋପେ ପାଇଁ ସମସ୍ତେ ଡହଳବିକଳ ହେଉଛନ୍ତି। ତେବେ ଅସହ୍ୟ ଗରମ ଯୋଗୁଁ ମାଙ୍କଡମାନେ ଟାଙ୍କି ନିକଟକୁ ପାଣି ପିଇବାକୁ ଆସିଥିବା ଅନୁମାନ କରାଯାଉଛି। ଟାଙ୍କି ଉପରେ ଘୋଡ଼ା ଯାଇଥିବା ଟିଣ ବାଟ ଦେଇ ଭିତରେ ପଶିଥିବା ବେଳେ ଆଉ ବାହାରି ନପାରି ଟାଙ୍କି ଭିତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

Advertisment

ନାଗାର୍ଜୁନ ସାଗର ନିକଟରେ ଥିବା ଏହି ପାଣି ଟାଙ୍କିରୁ ପ୍ରାୟ ୨୦୦ ପରିବାରକୁ ଜଳ ଯୋଗାଣ ହେଉଥିଲା। ପାଣି ଦୁର୍ଗନ୍ଧ ହେବାରୁ ଲୋକମାନଙ୍କର ସନ୍ଦେହ ବଢିଥିଲା। ଏନେଇ ସେମାନେ ମ୍ୟୁନିସିପାଲିଟିରେ ଅଭିଯୋଗ କରିଥିଲେ। ତେବେ ମ୍ୟୁନିସିପାଲିଟିର କର୍ମଚାରୀ ଘଟଣାସ୍ଥଳକୁ ଯାଇ ଦେଖିବା ବେଳକୁ ମାଙ୍କଡମାନେ ଟାଙ୍କି ଭିତରେ ମରି ଭାସୁଛନ୍ତି। ଏକକାଳୀନ ଏତେ ସଂଖ୍ୟକ ମାଙ୍କଡ ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗୋଟିଏ କି ଦୁଇଟି ନୁହେଁ ୩୦ଟି ମାଙ୍କଡ଼ ସେ ଟାଙ୍କିରେ ପଡ଼ି ଭାସୁଥିଲେ। ଅସହ୍ୟ ଗରମ ହେତୁ ମାଙ୍କଡମାନେ ଟାଙ୍କି ଉପରେ ଘୋଡ଼ା ଯାଇଥିବା ଟିଣ ବାଟ ଦେଇ ଭିତରେ ପଶିଥିବା ମ୍ୟୁନିସିପାଲଟି କର୍ମଚାରୀ ଅନୁମାନ କରୁଛନ୍ତି। ଏହା ଏକ ମ୍ୟୁନିସିପାଲିଟି ଟାଙ୍କି ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।ତେବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment
Monkeys
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ