Advertisment

ସିଦ୍ଧୁଙ୍କ ହତ୍ୟା ପରେ ଆପ୍‌ର ଚେତା ପଶିଲା, VIPଙ୍କ ଠାରୁ ହଟାଇଥିବା ସୁରକ୍ଷା ପୁଣି ଲାଗୁ କଲା

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ୫ ଦିନ ପରେ ସରକାର ଏନେଇ ନିଷ୍ପତି ନେଇଛନ୍ତି ।

Bhagwant Maan

Bhagwant Maan

Advertisment

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବ ସରକାରଙ୍କ ତୋଢ଼ ଭାଙ୍ଗିଲା । ପୁଣିଥରେ ନେତାଙ୍କୁ ମିଳିବ ସ୍ପେସାଲ ସିକ୍ୟୁରିଟି । ଗତ ସାଧାରଣ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ‘ଆମ୍‌ ଆଦ୍‌ମୀ ପାର୍ଟି’ ପଞ୍ଜାବରେ ବିଜୟ ହାସଲ କରିବା ପରେ ନେତା ତଥା ଭିଆଇପିମାନଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା । ହେଲେ ଏବେ ପୁଣି ଥରେ ନେତାଙ୍କୁ ସୁରକ୍ଷା ଯୋଗାଇବାକୁ ବାଧ୍ୟ ହୋଇଛି ପଞ୍ଜାବ ସରକାର । ଆସନ୍ତା ଜୁନ୍ ୭ ତାରିଖରୁ ୪୨୪ ଭିଆଇପିଙ୍କୁ ପୁଣି ଥରେ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇବେ ପଞ୍ଜାବ ସରକାର । ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ୫ ଦିନ ପରେ ସରକାର ଏନେଇ ନିଷ୍ପତି ନେଇଛନ୍ତି ।

Advertisment

ରାଜ୍ୟରେ ପୂର୍ବରୁ ସିଦ୍ଧୁ ମୁସେୱାଲାଙ୍କ ସମେତ ୪୨୪ ଜଣ ଭିଆଇପିଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା । ହେଲେ ସରକାର ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବାର ଦିନକ ପରେ ମୁସେୱାଲାଙ୍କୁ ୩୦ ରାଉଣ୍ଡ ଗୁଳି କରି ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ପଞ୍ଜାବ ସରକାର ଏବେ ୪୨୪ ଜଣ ଭିଆଇପିଙ୍କୁ ପୁଣି ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର ନେଇ ସରକାରଙ୍କ ନିଷ୍ପତ୍ତି ପରେ, ୪୨୪ ଭିଆଇପିଙ୍କ ମଧ୍ୟରେ ଥିବା ପୂର୍ବତନ ମନ୍ତ୍ରୀ ଓପି ସୋନି ପଞ୍ଜାବ-ହରିଆଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁଣାଣି ବେଳେ କାହିଁକି ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଗଲା ବୋଲି ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଥିଲେ । ଏହାର ଜବାବରେ ପଞ୍ଜାବ ସରକାର କହିଛନ୍ତି ଯେ, ଜୁନ ୬ରେ ଅପରେସନ ବ୍ଲୁ ଷ୍ଟାରର ବର୍ଷପୂର୍ତ୍ତି । ଏଥିପାଇଁ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ରହିଛି । ତେଣୁ ଭିଆଇପିମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା । କିନ୍ତୁ ଜୁନ୍‌ ୭ରୁ ପୁଣିଥରେ ସବୁ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯିବ ବୋଲି ସରକାର କହିଛନ୍ତି ।

Advertisment

୧୯୮୪ରେ ଆତଙ୍କବାଦୀମାନେ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରି ଯାଇଥିଲେ। ସେମାନଙ୍କୁ ହତ୍ୟା କରିବାକୁ ଅପରେସନ ବ୍ଲୁ ଷ୍ଟାର ଆରମ୍ଭ ହୋଇଥିଲା। କୋର୍ଟ ଶୁଣାଣି ବେଳେ ଆପ୍‌ ସରକାର ଏହି ଅପରେସନର ବର୍ଷ ପୂର୍ତ୍ତି କଥା କହିଛନ୍ତି।

ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥା ହ୍ରାସକୁ ନେଇ ବିବାଦରେ ଥିବା ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଆଜି ତାଙ୍କ ଦିଲ୍ଲୀ ପ୍ରତିପକ୍ଷ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ତଦନ୍ତ ପାଇଁ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ନ୍ୟାୟିକ କମିଶନ କରିବେ । ସେହିପରି ଏହା ପଛରେ ଗୋଷ୍ଠୀ ସଂଘର୍ଷ ଏକ କାରଣ ବୋଲି ପଞ୍ଜାବ ପୋଲିସ୍‌ ତଦନ୍ତରୁ ଜାଣିବାକୁ ପାଇଥିବା ସେ କହିଛନ୍ତି ।

Advertisment
Punjab Politics Sidhu Moose Wala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ