Advertisment

ହାଥରସ୍‌ ଟ୍ରାଜେଡି ନେଇ ମୁହଁ ଖୋଲିଲେ ‘ଭୋଲେ ବାବା’; କହିଲେ ଏମିତି...

ଏପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବପ୍ରକାଶ ମଧୁକର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଅଦ୍ୟତନ ହୋଇଛି
Hathras Tragedy

Hathras Tragedy

Advertisment

ଉତ୍ତରପ୍ରଦେଶ ହାଥରସ୍‌ରେ ଦଳଚକଟା ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସୁରଜପାଲ ଓରଫ ଭୋଲେ ବାବା। ଘଟଣାର ୪ ଦିନ ପରେ ମିଡିଆ ସାମ୍ନାରେ ମୁହଁ ଖୋଲିଛନ୍ତି। ଭିଡିଓ ବାର୍ତ୍ତାରେ ଘଟଣାକୁ ନେଇ ମର୍ମାହତ ବୋଲି କହିଛନ୍ତି ।

Advertisment

ଭିଡିଓ ବର୍ତ୍ତାରେ ସେ କହିଛନ୍ତି, ଯେ ଜୁଲାଇ ୨ରେ ଘଟିଥିବା ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହତ । ପୀଡିତଙ୍କ ପରିବାରକୁ ଏହି ଦୁଃଖରୁ ବାହାରିବା ପାଇଁ ଭଗବାନ ଶକ୍ତି ଦିଅନ୍ତୁ । ସମସ୍ତେ ସରକାର ଓ ପ୍ରଶାସନ ଉପରେ ଭରସା ରଖନ୍ତୁ । ମୋର ବିଶ୍ୱାସ ରହିଛି ଯେ ଯେଉଁମାନଙ୍କ ଭୁଲରୁ ଏଭଳି ଘଟଣା ଘଟିଲା ସେମାନଙ୍କୁ ଛଡାଯିବ ନାହିଁ । ମୁଁ ମୋ ଓକିଲଙ୍କ ସହ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛି, ସେମାନେ ଶୋକସନ୍ତପ ପରିବାର ଏବଂ ଆହତଙ୍କ କଥା ନିଶ୍ଚୟ ବୁଝିବେ ଓ ସେମାନଙ୍କ ସହ ଛିଡା ହେବେ । ଯାହା ସହାୟତା ଆବଶ୍ୟକ ହେବ ଜୀବନସାରା କରିବାକୁ ଅନୁରୋଧ କରିଛନ୍ତି ଭୋଲେ ବାବା ।

Advertisment

ଏପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବପ୍ରକାଶ ମଧୁକର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆହୁରି ମଧ୍ୟ ଏନେଇ ରୁଜୁ ହୋଇଥିବା ମାମଲାରେ ସତସଙ୍ଗରେ ୨ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିବା ଉଲ୍ଲେଖ ଅଛି। ସେହିପରି ଏହି ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଏଲ ମଧ୍ୟ ଦାଖଲ କରାଯାଇଛି।

ତେବେ ଯେଉଁ ଆତ୍ମଘୋଷିତ ବାବାଙ୍କ ସତସଙ୍ଗରେ ଦଳାଚକଟା ହେଲା ସେହି ବାବା ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ପୋଲିସର ଜଣେ ପୂର୍ବତନ କନେଷ୍ଟବଳ । ଯାହାଙ୍କର ପ୍ରକୃତ ନାମ ସୂରଜପାଲ ସିଂ । କନେଷ୍ଟବଳ ଚାକିରି କରୁଥିବା ବେଳେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇ ଜେଲ ବି ଯାଇଥିଲେ ସୂରଜପାଲ । ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ନିଲମ୍ବନ ବିରୋଧରେ ସୂରଜପାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରାଯାଇଥିଲେ ମଧ୍ୟ ସେ ୨୦୦୨ରେ ଭିଆରଏସ ନେଇ ନିଜକୁ ବାବା ଘୋଷିତ କରି ସୂରଜପାଲରୁ ନାରାୟଣ ସାକାର ହରି ଭାବେ ପରିଚିତ ହେଲେ । ଏହା ସହିତ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଭୋଲେ ବାବାଙ୍କ ଅନେକ ଆଶ୍ରମ ରହିଛି । ସୋସିଆଲ ମିଡିଆଠାରୁ ଦୂରରେ ରହିଥିବା ଏହି ବାବାଙ୍କର କାଳେ ଅନୁଗାମୀ କ୍ରେଜ୍ ଅଧିକ । ଆହୁରି ମଧ୍ୟ ଅନୁଗାମୀମାନେ ତାଙ୍କୁ ଭୋଲେ ବାବା ବୋଲି କୁହନ୍ତି ।

Advertisment

ପୋଲିସର ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଆତ୍ମଘୋଷିତ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ରୁଣ୍ଡ ହୋଇଥିଲେ । ବାବାଙ୍କ ପ୍ରବଚନ ପରେ ତାଙ୍କର ପାଦଧୂଳି ଆଣିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ସ୍ଥିତି ଅଣାୟତ ହୋଇ ଦଳଚକଟା ସ୍ଥିତି ଉପୁଜିଥିଲା । ଏଥିରେ ବହୁ ମହିଳା ଓ ଶିଶୁଙ୍କ ସମେତ ଶତାଧିକ ଲୋକ ଅଣନିଶ୍ବାସୀ ହୋଇ ତଳେ ପଡିଯାଇଥିଲେ । ଏହି ଅଘଟଣରେ ୧୨୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଉତ୍ତରପ୍ରଦେଶ ସରକାର ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ ନ୍ୟାୟିକ କମିଶନ ଗଠନ କରିଛନ୍ତି ।

Hathras Case Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ