Advertisment

ଚାଞ୍ଚଲ୍ୟ ! ! ! ହସ୍ପିଟାଲ୍‌ର କପ୍‌ବୋର୍ଡ ଭିତରୁ ମିଳିଲା ଝିଅର ମୃତଦେହ, ବେଡ୍‌ ତଳେ ପଡ଼ିଥିଲା ମା’ର ଶବ...

ଅପରେସନ୍‌ ଥିଏଟରର କପ୍‌ବୋର୍ଡ ଭିତରୁ ଝିଅର ମୃତଦେହ ମିଳିଥିବା ବେଳେ ବେଡ୍‌ ତଳୁ ମା’ର ମୃତଦେହ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ଆସିଥିବା ମା’ ଓ ଝିଅର ମୃତଦେହ ଗୋଟିଏ ହସ୍ପିଟାଲ୍‌ରୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Daughter Deadbody Found In Hospital Cupboard

sDaughter's Found Dead In Hospital Cupboard, Woman's Body Under Bed In Hospital In Gujarat

ହସ୍ପିଟାଲ୍‌ରୁ ମିଳିଲା ମା’ ଓ ଝିଅଙ୍କ ମୃତଦେହ। ଅପରେସନ୍‌ ଥିଏଟରର କପ୍‌ବୋର୍ଡ ଭିତରୁ ଝିଅର ମୃତଦେହ ମିଳିଥିବା ବେଳେ ବେଡ୍‌ ତଳୁ ମା’ର ମୃତଦେହ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ଆସିଥିବା ମା’ ଓ ଝିଅର ମୃତଦେହ ଗୋଟିଏ ହସ୍ପିଟାଲ୍‌ରୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗୁଜରାଟର ଅହମଦାବାଦରେ ଭୁଲାବାଇ ପାର୍କ ନିକଟରେ ଥିବା ହସ୍ପିଟାଲ୍‌ରେ ମୃତଦେହ ଉଦ୍ଧାର ହୋଇଛି। ବୁଧବାର ଦିନ ଏନେଇ ପୋଲିସ୍‌ ସୂଚନା ଦେଇଛି। କେଉଁ କାରଣ ପାଇଁ ମା’ ଓ ଝିଅଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି। 

Advertisment

ଝିଅର ମୃତଦେହ ମିଳିବା ପରେ ମା’କୁ ଠାବ କରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଏହାପରେ ମା’ର ମୃତଦେହ ହସ୍ପିଟାଲ୍‌ର ବେଡ୍‌ ତଳୁ ପୋଲିସ୍‌ ଉଦ୍ଧାର କରିଥିଲା। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ହସ୍ପିଟାଲ୍‌ରେ କାମ କରୁଥିବା ମନସୁଖ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। 

ଅଧିକ ପଢ଼ନ୍ତୁ: ପ୍ରେମିକାଙ୍କ ମୃତଦେହ ଦେଖି ଡରି ଫେରି ଆସିଲେ ପ୍ରେମିକ

ପୋଲିସ୍‌ ସୂଚନା ଅନୁସାରେ, ଭୁଲାବାଇ ପାର୍କ ନିକଟରେ ଥିବା ହସ୍ପିଟାଲ୍‌ରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଖବର ମିଳିଥିଲା। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଅପରେସନ୍‌ ଥିଏଟରରୁ ଏହି ଦୁର୍ଗନ୍ଧ ଆସୁଥିବା ପୋଲିସ୍‌ ଜାଣିବାକୁ ପାଇଥିଲା। ଛାନ୍‌ଭିନ୍‌ ପରେ ଅପରେସନ୍‌ ଥିଏଟରର କପ୍‌ବୋର୍ଡ ଭିତରୁ ଝିଅର ମୃତଦେହ ମିଳିଥିବା ବେଳେ ବେଡ୍‌ ତଳୁ ମା’ର ମୃତଦେହ ଉଦ୍ଧାର କରାଯାଇଥିଲା। ଉଭୟ ମା’ ଓ ଝିଅ ଚିକିତ୍ସା ପାଇଁ ହସ୍ପିଟାଲ୍‌ ଆସିଥିଲେ। 

Advertisment

ମା’ ଓ ଝିଅଙ୍କୁ ହତ୍ୟା କରାଯାଇଥିବା ପୋଲିସ୍‌ ସନ୍ଦେହ କରାଯାଉଛି। ପ୍ରକୃତରେ କେଉଁ କାରଣ ପାଇଁ ସେମାନଙ୍କୁ ହତ୍ୟା କରାଗଲା ଓ ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

Deadbody Found
Advertisment
Advertisment