Advertisment

Cyber Attack Alert: ପାକିସ୍ତାନୀ ହ୍ୟାକର୍‌ ଟାର୍ଗେଟରେ ଭାରତୀୟ, ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରୁଥିଲେ ହୁଅନ୍ତୁ ସାବଧାନ !

'ଅପରେସନ ସିନ୍ଦୂର' ଆଗରେ ଚିତପଟାଙ୍ଗ ମାରିଥିବା ପାକିସ୍ତାନୀ ଏବେ ସାଇବର ଆଟାକ୍‌ ପାଇଁ ପ୍ରୟାସ କରୁଛି । ପାକିସ୍ତାନ ହ୍ୟାକରଙ୍କ ଟାର୍ଗେଟ୍ ଅଛନ୍ତି ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ । 'ଡ୍ୟାନ୍ସ ଅଫ ଦ ହିଲାରୀ' ନାଁରେ ଭାଇରସ୍‌ ପଠାଇ ଖେଳୁଛନ୍ତି ବଡ଼ ଚାଲ୍‌ ।

ଅଦ୍ୟତନ ହୋଇଛି
Cyber Attack Alert

Cyber Attack Alert

Advertisment

ଭାରତୀୟ ସୋସିଆଲ ମିଡିଆ ୟୁଜର୍ସଙ୍କୁ ପାକିସ୍ତାନ ହ୍ୟାକରଙ୍କ ଟାର୍ଗେଟ୍ । 'ଡ୍ୟାନ୍ସ ଅଫ ଦ ହିଲାରୀ' (Dance of the Hillary) ନାଁରେ ଭାଇରସ୍‌ ପଠାଉଛନ୍ତି ପାକିସ୍ତାନ ହ୍ୟାକର । 'ଅପରେସନ ସିନ୍ଦୂର' ଆଗରେ ଚିତପଟାଙ୍ଗ ମାରିଥିବା ପାକିସ୍ତାନୀ ଆଉ କିଛି ବାଟ ନପାଇ ଶେଷରେ ସାଇବର ଆଟାକ୍‌ ପାଇଁ ପ୍ରୟାସ ଚଳାଇଛନ୍ତି । ଏଥିପାଇଁ ବିଭିନ୍ନ ସୋସିଆଲ ମିଡିଆ ନେଟଓ୍ୱର୍କ ଏବଂ ଇମେଲ୍‌ ମାଧ୍ୟମରେ ଭାରତୀୟ ୟୁଜର୍ସଙ୍କୁ ଭାଇରସ୍‌ ପଠାଉଛନ୍ତି । ଏହି ଭାଇରସ୍‌ ଦ୍ୱାରା ଥରେ ଯଦି କୌଣସି ମୋବାଇଲ, କମ୍ୟୁଟର ଭଳି ଡିଭାଇସ ଇନଫେକଟେଡ ହେଲା, ତାହେଲେ ବ୍ୟାଙ୍କ କାରବାର ସମ୍ପର୍କିତ କିମ୍ବା ବ୍ୟକ୍ତିଗତ ଡାଟା ଲିକ୍ ହେବାର ସମ୍ଭାବନା ରହିଛି । 

Advertisment

ଅଧିକ ପଢ଼ନ୍ତୁ: ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

'ଡ୍ୟାନସ ଅଫ ଦ ହିଲାରୀ' ଭାଇରସ ଉଭୟ ଅଡିଓ, ଭିଡିଓ ଏବଂ ଡକ୍ୟୁମେଣ୍ଟ ଫାଇଲରେ ଆଟାଚ୍ କରି ଭାରତୀୟ ସୋସିଆଲ ମିଡିଆ ୟୁଜର୍ସଙ୍କୁ ପଠାଉଛନ୍ତି ହ୍ୟାକର୍ । ଯଦି ଅଜଣା ଲିଙ୍କରେ ଆସୁଥିବା ଏଭଳି ଭାଇରସ୍ ଫାଇଲକୁ କେହି କ୍ଲିକ୍ କରୁଛି, ତାହେଲ ସଂପୃକ୍ତ ଡିଭାଇସ ହ୍ୟାକରଙ୍କ ହାତକୁ ଚାଲିଯାଉଛି । ଏନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଲର୍ଟ ଜାରି ହୋଇଛି । 

Advertisment

ତେଣୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏମିତିକି tasksche.exe ଫାଇଲ୍ ଯଦି କମ୍ପୁଟରରେ ଦେଖିବାକୁ ପାଉଛନ୍ତି, ତୁରନ୍ତ ତାକୁ ଡିଲିଟ କରିବା ଲାଗି ଆଲର୍ଟ କରାଯାଇଛି । ଏଥିରୁ ବର୍ତ୍ତିବା ଲାଗି ମିଡିଆ ଅଟୋ ଡାଉନଲୋଡ ଫିଚର ବନ୍ଦ ରଖନ୍ତୁ । 

  • 'ଡ୍ୟାନ୍ସ ଅଫ ଦ ହିଲାରୀ' ଭାଇରସ୍ 
  • ପାକିସ୍ତାନ ହ୍ୟାକରଙ୍କ ଟାର୍ଗେଟରେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ 
  • ଡ୍ୟାନ୍ସ ଅଫ ଦ ହିଲାରୀ ନାଁରେ ଭାଇରସ ପଠାଉଛନ୍ତି ପାକ୍ ହ୍ୟାକର
  • ଅପରେସନ ସିନ୍ଦୂର ଆଗରେ ଚିତପଟାଙ୍ଗ ମାରିବା ପରେ ସାଇବର୍ ଆଟାକ୍ ଚେଷ୍ଟା
  • ଅଜଣା ଲିଙ୍କରେ ଆସୁଥିବା ଭାଇରସ୍ ଫାଇଲ କ୍ଲିକ୍ କରନ୍ତୁନି
Advertisment
Pakistan Cyber Attack In India Hackers Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ