Advertisment

କ୍ରିପ୍‌ଟୋ ବଜାରରେ ବଡ଼ ଭୂକମ୍ପ: ଏଫଟିଏକ୍ସ ପ୍ରତିଷ୍ଠାତା କୋଟିପତିରୁ ଏବେ କାଙ୍ଗାଳ !

୨୪ ଘଣ୍ଟା ଭିତରେ ଫ୍ରାଏଡଙ୍କ ସମ୍ପତ୍ତି ମୂଲ୍ୟ ୯୬ ପ୍ରତିଶତ ହ୍ରାସ ପାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Crypto Crisis

Crypto Currency

କ୍ରିପ୍‌ଟୋ ବଜାରରେ ବଡ଼ ଭୂକମ୍ପ। ଦେଖୁ ଦେଖୁ ଭୁଶୁଡ଼ିଲା ବିଶ୍ୱର ପ୍ରମୁଖ କ୍ରିପ୍‌ଟୋ ଏକ୍ସଚେଞ୍ଜ ଏଫଟିଏକ୍ସ। ଦିନ କେଇଟାରେ ଦେବାଳିଆ ହୋଇଛନ୍ତି। ଏଫଟିଏକ୍ସ ପ୍ରତିଷ୍ଠାତା ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍ ଯାହାଙ୍କୁ ନେଇ ଏବେ ବିଶ୍ୱବ୍ୟାପୀ ପ୍ରବଳ ଚର୍ଚ୍ଚା। କ୍ରିପ୍‌ଟୋ ଦୁନିଆର ଏହି ଚର୍ଚ୍ଚିତ ଚେହେରାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ସପ୍ତାହେ ପୂର୍ବରୁ ଥିଲା ୧୬ ବିଲିୟନ୍ ଡଲାର। କିନ୍ତୁ ଆଜିକା ଦିନରେ ଏହା ୧ ଡଲାରକୁ ଖସି ଆସିବା ପରେ କୋଟିପତିରୁ କାଙ୍ଗାଳ ହୋଇଛନ୍ତି ଫ୍ରାଏ଼ଡ୍।

Advertisment

ଶୁକ୍ରବାର ୨୪ ଘଣ୍ଟା ଭିତରେ ଫ୍ରାଏଡଙ୍କ ସମ୍ପତ୍ତି ମୂଲ୍ୟ ୯୬ ପ୍ରତିଶତ ହ୍ରାସ ପାଇଛି। କୌଣସି ଧନୀଙ୍କ ସମ୍ପତ୍ତିରେ ଏଭଳି ହ୍ରାସ ବିଶ୍ୱ ଇତିହାସରେ ପ୍ରଥମ ବିଶେଷଜ୍ଞଙ୍କ ମତରେ, ଏବେ ବିଶ୍ୱର ଅନେକ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଛି। ଏହି କାରଣରୁ ନିବେଶକମାନେ କ୍ରିୋ କରେନ୍ସିରୁ ପୁଞ୍ଜି ପ୍ରତ୍ୟାହାର କରି ସୁରକ୍ଷିତ ନିିବେଶ ବିକଳ୍ପ ଲାଗି ୩ ଦିନରେ ଏଫ୍ଟିଏକ୍ସରୁ ୬ ବିଲିୟନ ଡଲାର ଉଠାଇ ନେଇଥିଲେ। ଫଳରେ ହଠାତ୍ ଦେବାଳିଆ ହୋଇଯାଇଛି ଏଫଟିଏକ୍ସ। ଏହାର ପ୍ରଭାବ ଏବେ ଅନ୍ୟ କ୍ରିପ୍‌ଟୋ ଏକ୍ସଚେଞ୍ଜ ଉପରେ ପଡ଼ିଥିବାରୁ ଚିନ୍ତାରେ କ୍ରିପ୍‌ଟୋ ନିବେଶକ।

ଫାଇନାନ୍ସିଆଲ ଆଡଭାଇଇଜରଙ୍କ ମତରେ କ୍ରିପ୍‌ଟୋ ବଜାର ସବୁବେଳେ ଅସ୍ଥିର। ଏହା ଦୀର୍ଘସ୍ଥାୟୀ ପୁଞ୍ଜି ନିବେଶର ଉପଯୁକ୍ତ ବିକଳ୍ପ ନୁହେଁ। ୨୦୦୯ ବେଳକୁ ଆମେରିକା ସମେତ ବିଭିନ୍ନ ଦେଶରେ କ୍ରିପ୍‌ଟୋ କରେନ୍ସିର ଆରମ୍ଭ ହୋଇଥିଲା। ଏବେ ସାରା ବିଶ୍ୱରେ ୫୨୪ଟି କ୍ରିପ୍‌ଟୋ ଏକ୍ସଚେଞ୍ଜ ରହିଛି ବିଟକଏନ୍, ଇଥେରିୟମ୍, କାର୍ଡାନୋ, ଲାଇଟକଏନ୍ ଭଳି ସାରା ବିଶ୍ୱରେ ଏବେ ୨୧ ହଜାର ୭୦୦ରୁ ଅଧିକ ପ୍ରକାର କ୍ରିପ୍‌ଟୋ କରେନ୍ସି ପ୍ରଚଳିତ ହେଉଛି।

Advertisment

କ୍ରିପ୍‌ଟୋ କରେନ୍ସି କମ୍ ସମୟରେ ଅଧିକ ରିଟର୍ଣ୍ଣ ଦେଉଥିବାରୁ ମାତ୍ର ୧୦-୧୨ ବର୍ଷ ଭିତରେ କ୍ରିପ୍‌ଟୋ ବଜାର ପ୍ରାୟ ୯୦୦ ବିଲିୟନ୍ ଡଲାରରେ ପହଞ୍ଚିଛି କିନ୍ତୁ ଭାରତ ସମେତ ବିଶ୍ୱର କୌଣସି ଦେଶରେ କ୍ରିପ୍‌ଟୋ କରେନ୍ସି ପରିଚାଳନା ପାଇଁ ଏବେ ବି କୌଣସି ନିୟାମକ ସଂସ୍ଥା ନାହିଁ। ଦେଶରେ କ୍ରିପ୍‌ଟୋ କରେନ୍ସି ପରିଚାଳନା ଲାଗି ନିୟାମକ ନ ଆସିବା ଯାଏଁ ଏଥିରେ ପୁଞ୍ଜିନିବେଶ ବିପଦଜନକ ବୋଲି ବିଶେଷଜ୍ଞଙ୍କ ମତ।

ଗତ ବଜେଟ୍ରେ କ୍ରିପ୍‌ଟୋ ସମେତ ବିଭିନ୍ନ ଡିଜିଟାଲ କରେନ୍ସିର ଲାଭ ଉପରେ ୩୦ ପ୍ରତିଶତ ଟିକସ ଲଗାଇଛନ୍ତି କେନ୍ଦ୍ର ସରକାର। କ୍ରିପ୍‌ଟୋ ପାଇଁ ଦେଶରେ ଏକ ନିର୍ଦ୍ଦିଷ୍ଟ ନିୟମ ଆଣିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସେବି କାମ କରୁଛନ୍ତି।

(ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)

Crypto Currency
Advertisment
Advertisment