ଆଜି ମକର ସଂକ୍ରାନ୍ତି; ଗଙ୍ଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପଶ୍ଚିମବଙ୍ଗ ଗଙ୍ଗାସାଗର ଘାଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବୁଡ଼ ପକାଇବା ସହ ମଙ୍ଗଳ ମନାସୀ ଆରତୀ କରିଛନ୍ତି ଶ୍ରଦ୍ଧାଳୁ ।

ଗଙ୍ଗା ଘାଟରେ ପ୍ରବଳ ଭିଡ଼

ମକର ସଂକ୍ରାନ୍ତି ଅବସରରେ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ । ସକାଳୁ ସକାଳୁ ବାରଣାସୀର ଗଙ୍ଗା ଘାଟରେ ଶ୍ରଦ୍ଧାଳୁ ମାନେ ବୁଡ଼ ପାଇଛନ୍ତି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡକୁ ନଜରରେ ରଖି ଘାଟରେ ସୁରକ୍ଷା କଡ଼ାକଡି କରିଛି ପୋଲିସ । ସେପଟେ ପଶ୍ଚିମବଙ୍ଗ ଗଙ୍ଗାସାଗର ଘାଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବୁଡ଼ ପକାଇବା ସହ ମଙ୍ଗଳ ମନାସୀ ଆରତୀ କରିଛନ୍ତି ଶ୍ରଦ୍ଧାଳୁ ।

ଏପଟେ ମକର ସଂକ୍ରାନ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ଶ୍ରୀଜିଉଙ୍କୁ ଟିକିଏ ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି ।

ଅଧିକ ପଢ଼ନ୍ତୁ: ମକର ସଂକ୍ରାନ୍ତିରେ କାହିଁକି ଉଡାଯାଏ ଗୁଡି; ଜାଣନ୍ତୁ ଏହା ପଛରେ ଥିବା ବିଜ୍ଞାନ

ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତି ଅଳଙ୍କାରରେ ଭୂଷିତ ହେବେ ଶ୍ରୀଜିଉ ।

ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ । ଏ ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି ।