Advertisment

ବାହାଘର ବାଣରୁ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୬ ଜଣ ଜୀଅନ୍ତା ଜଳିଗଲେ

ବିବାହ ଶୋଭାଯାତ୍ରାରେ ଆତସବାଜି ଯୋଗୁଁ ଏକ ଘରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ, ଗୋଟିଏ ପରିବାରର ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Fire

Fire

Advertisment

ବିହାରର ଦରଭଙ୍ଗାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବିବାହ ଶୋଭାଯାତ୍ରାରେ ଆତସବାଜି ଯୋଗୁଁ ଏକ ଘରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ, ଗୋଟିଏ ପରିବାରର ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ସୂଚନାନୁସାରେ, ଏହି ଘଟଣା ବିହାର ଦରଭଙ୍ଗା ଜିଲ୍ଲାର ଆଲିନଗର ବ୍ଲକର ଆଣ୍ଟୋର ଗ୍ରାମରେ ଘଟିଛି । ଏହି ଗାଁରେ ଏକ ବିବାହ ଉତ୍ସବ ହେଉଥିଲା । ଏହି ବିବାହ ଉତ୍ସବରେ ଆତସବାଜି ମଧ୍ୟ ଫୁଟୁଥିଲା। ତେବେ ଏହାରି ମଧ୍ୟରେ ଆତସବାଜି ଯୋଗୁଁ ଏକ ଘରେ ନିଆଁ ଲାଗିଯାଇଥିଲା। ତେବେ କିଛି ସମୟ ମଧ୍ୟରେ ନିଆଁ ଏତେ ବ୍ୟାପିଗଲା ଯେ ଏହାକୁ ଲିଭାଇବା କଷ୍ଟକର ହୋଇଗଲା ।

ଏହି ନିଆଁ ଦ୍ୱାରା ଘରେ ଥିବା ଗ୍ୟାସ୍‌ ସିଲିଣ୍ଡର ମଧ୍ୟ ବିସ୍ଫୋରଣ ହୋଇଥିଲା ଏବଂ ଘରେ ଥିବା ଡିଜେଲ୍‌ ଡ୍ରମ୍‌ ନିଆଁ କବଳକୁ ଆସିଥିଲା। ଯାହାଫଳରେ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ମୁସ୍କିଲ ହୋଇପଡ଼ିଥିଲା । ନିଆଁ ଏତେ ଭୟଙ୍କର ଥିଲାଯେ, ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଘଟଣା ପରେ ବହେଡା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଚନ୍ଦ୍ରକାନ୍ତଙ୍କ ସୂଚନା ଅନୁସାରେ, ମୃତକମାନେ ହେଉଛନ୍ତି ସୁନୀଲ କୁମାର, ଲାଲୀ ଦେବୀ ଏବଂ କାଞ୍ଚନ ଦେବୀଙ୍କ ସମେତ ତିନିଜଣ ନାବାଳକ।

Advertisment

ନିଆଁ ଲାଗିବା ପରେ ବିବାହକୁ ନିକଟସ୍ଥ ମନ୍ଦିରକୁ ସ୍ଥାନାନ୍ତର କରିବାକୁ ପଡିଥିଲା । ସବ-ଡିଭିଜନାଲ ଅଧିକାରୀ ଶମ୍ଭୁ ନାଥ ଝା କହିଛନ୍ତି ଯେ ସମ୍ପତ୍ତିର କ୍ଷତିପୂରଣ ବାବଦରେ ୧୨ ଲକ୍ଷ ଟଙ୍କା ବ୍ୟତୀତ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

Fire Breaks Out Bihar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ