• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ ନହେଲେ କୋର୍ଟକୁ ଆସିବା ଉଚିତ୍ । ପ୍ରଥମେ ଆଲୋଚନା ମାଧ୍ୟମରେ ରାସ୍ତା ବାହାର କରନ୍ତୁ, ନହେଲେ ଅଦାଲତର ଦ୍ୱାରସ୍ଥ ହୁଅନ୍ତୁ । ଶନିବାର ଦିନ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା କୌଣସି ବି ବିବାଦର ସମାଧାନ ପାଇଁ ବିକଳ୍ପ-ବିବାଦ-ସମାଧାନ (ADR) ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମଧ୍ୟସ୍ଥତା ଏବଂ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ନହେଲେ କୋର୍ଟକୁ 'ଶେଷ ବିକଳ୍ପ ଭାବିବା ଉଚିତ୍ ବୋଲି କହିଛନ୍ତି ।

ହାଇଦ୍ରାବାଦର ଆନ୍ତର୍ଜାତୀୟ ଅର୍ବିଟ୍ରେସନ୍ ମଧ୍ୟସ୍ଥତା କେନ୍ଦ୍ରରେ ଆୟୋଜିତ ହୋଇଥିବା ଏକ କନକ୍ଲେଭକୁ ସମ୍ବୋଧିତ କରିବା ସମୟରେ ସିଜେଆଇ ଏନଭି ରମଣା ଏପରି କହିଛନ୍ତି । ସମ୍ବୋଧନ ସମୟରେ ମହାଭାରତ ଏବଂ ଭଗବାନ କୃଷ୍ଣଙ୍କ ଉଦାହରଣ ଦେଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି । ମହାଭାରତରେ ମଧ୍ୟ ଭଗବାନ କୃଷ୍ଣ ମଧ୍ୟସ୍ଥତା ମାଧ୍ୟମରେ ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ବିବାଦର ଅନ୍ତ ଘଟାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ସଫଳ ହୋଇପାରି ନଥିଲେ । ତଥାପି ସେ ଚେଷ୍ଟା କରିଥିଲେ । ମଧ୍ୟସ୍ଥତାରେ ବିଫଳତା ହିଁ ବିନାଶକାରୀ ପରିଣାମ ଆଣିଦିଏ ବୋଲି କହିଛନ୍ତି ।

ଚାଳିଶ ବର୍ଷ ଧରି ଆଇନ ବୃତ୍ତିରେ ବିଭିନ୍ନ ପଦବୀରେ ରହିବା ପରେ ଅନେକ ଅଭିଜ୍ଞତା ଆସିଯାଇଛି । ଏପରି ସ୍ଥିତିରେ କେବଳ ଶେଷ ବିକଳ୍ପ ଭାବରେ କୋର୍ଟକୁ ଯିବା ପାଇଁ ବିଚାର କରନ୍ତୁ । ବିକଳ୍ପ ବିବାଦର ସମାଧାନ (ADR) ପରେ ହିଁ କୋର୍ଟକୁ ଆସିବା ଉଚିତ । ବେଳେବେଳେ ଆପଣ ନୀରବତାର ରାସ୍ତା ବାଛି ପାରିବେ କିମ୍ବା ଏଭଳି ପ୍ରସଙ୍ଗରେ ଦାର୍ଶନିକ ଦୃଷ୍ଟିକୋଣରୁ ନିଷ୍ପତ୍ତି ନେଇପାରିବେ ।

ଜୀବନକାଳରେ ଆମେ ପ୍ରତ୍ୟେକ ଦିନ ଅନେକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼େ । ପରିବାର ସଦସ୍ୟଙ୍କ ମଧ୍ୟରେ ହେଉ କିମ୍ବା ବ୍ୟବସାୟ ହେଉ କିମ୍ବା ବୃତ୍ତିଗତ ଜୀବନରେ ହେଉ।" ତେଣୁ ଆତ୍ମବଡ଼ିମା, ଅହଙ୍କାର, ଭାବନା ଓ ଧର୍ଯ୍ୟହୀନତା ଛାଡି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ବିବାଦ ଥରେ କୋର୍ଟକୁ ଆସିବା ପରେ ସବୁ କିଛି ଓଲଟପାଲଟ ହୋଇଯାଏ ।