Advertisment

ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଭ୍ରମିତ ବିଜ୍ଞାପନ ପାଇଁ ହାଜର ହେବାକୁ ନିର୍ଦ୍ଦେଶ

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Supreme Court On Patanjali Misleading Ads

Patanjali

Advertisment

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପତଞ୍ଜଳି ଆୟୁର୍ବେଦଙ୍କ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ମଧ୍ୟ ହାଜର ହେବାକୁ କୁହାଯାଇଛି।

Advertisment

ଗତ ଫେବ୍ରୁଆରୀ ୨୭ ରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଏବଂ ମୋଟାପଣ ଭଳି ରୋଗ ଉପରେ ଉତ୍ପାଦିତ ଔଷଧର ବିଜ୍ଞାପନ ପ୍ରକାଶ କରିବାକୁ ବାରଣ କରିଥିଲେ । ଏହା ପରେ ମଧ୍ୟ ପତଞ୍ଜଳି ଏପରି ବିଜ୍ଞାପନ ପ୍ରକାଶ କରିବା ଜାରି ରଖିଥିଲା । ଫଳରେ ପତଞ୍ଜଳି ଆୟୁର୍ବେଦ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ଅବମାନନା ବିଜ୍ଞପ୍ତି ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ଭ୍ରମାତ୍ମକ ବିଜ୍ଞାପନର ପ୍ରସାରଣ ଅଭିଯୋଗରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଦିନ ଜଷ୍ଟିସ ହିମା କୋହଲି ଏବଂ ଅମନୁଲ୍ଲାଙ୍କ ଦ୍ୱାରା ଗଠିତ ଖଣ୍ତପୀଠ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

Advertisment

ପୂର୍ବରୁ ମଧ୍ୟ ବାବା ରାମଦେବଙ୍କୁ ହାଜିର ହେବାକୁ କୁହାଯାଇଥିଲା । କିନ୍ତୁ ସେ ହାଜିର ହୋଇନଥିଲେ । ଏଣୁ ବ୍ୟକ୍ତିଗତ ଭାବେ ପୁଣିଥରେ ହାଜର ହେବାକୁ କହିଛନ୍ତି ସୁପ୍ରିମକୋର୍ଟ । ପତଞ୍ଜଳି ପକ୍ଷରୁ କୌଣସି ଉତ୍ତର ଦିଆଯାଇନଥିବାରୁ କୋର୍ଟ ବିରକ୍ତ ପ୍ରକାଶ କରିବା ସହ ଯୋଗ ଗୁରୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅଦାଲତ ଅବମାନନା ନେଇ ମଧ୍ୟ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏହା ସହ ଏହି ମାମଲାର ଶୁଣାଣି ସ୍ଥଗିତ ହେବ ନାହିଁ ବୋଲି ମଧ୍ୟ କହିଛନ୍ତି କୋର୍ଟ ।

Supreme Court Patanjali Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ