ଭୋଟ୍ ଆଗ ତା’ପରେ ବିବାହ, ବିବାହ ପୂର୍ବରୁ ମତଦାନ କଲେ ଯୁବତୀ

ଭୋଟ୍ ଆଗ ତା’ପରେ ବିବାହ । କିଛି ଏଭଳି ଭାବି ଭୋଟ୍ ଦେବାକୁ ପହଞ୍ଚିଛନ୍ତି ଦୀପା । ଉତ୍ତରପ୍ରଦେଶ ମୁଜାଫରନଗରରେ ଭୋଟ୍ ଦେବାକୁ ଯାଇଛନ୍ତି ଏହି କନ୍ୟା । ଆଜି ତାଙ୍କ ବିବାହ ରହିଛି କିନ୍ତୁ ଆଗ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଦୀପା ।

Election

ଭୋଟ୍ ଆଗ ତା’ପରେ ବିବାହ । କିଛି ଏଭଳି ଭାବି ଭୋଟ୍ ଦେବାକୁ ପହଞ୍ଚିଛନ୍ତି ଦୀପା । ଉତ୍ତରପ୍ରଦେଶ ମୁଜାଫରନଗରରେ ଭୋଟ୍ ଦେବାକୁ ଯାଇଛନ୍ତି ଏହି କନ୍ୟା । ଆଜି ତାଙ୍କ ବିବାହ ରହିଛି କିନ୍ତୁ ଆଗ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଦୀପା । ଦେଶର ନାଗରିକ ଭାବେ ଆଗ ଭୋଟ୍ ଦେବେ, ତା’ପରେ ଯାଇ ବିବାହ କରିବେ ।

ତେଣୁ ସକାଳୁ ବିଳମ୍ବ ନକରି ବିବାହ ପାଇଁ ସଜବାଜ ହୋଇ ଭୋଟ୍ ଦେଇଛନ୍ତି । ଏହାପରେ ସେ ମଣ୍ଡପକୁ ଯାଇଛନ୍ତି । ସେହିପରି ରାଜସ୍ଥାନ ଦିଦୱାନାରେ ବର-କନ୍ୟା ବିବାହ କରିବା ପୂର୍ବରୁ ଆସି ଭୋଟ୍ ଦେଇଛନ୍ତି । ବିବାହ କପଡ଼ାରେ ଉଭୟ ପୋଲିଂ ବୁଥ୍ କୁ ପହଞ୍ଚିଥିଲେ । ସେପଟେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍.ରଙ୍ଗାସ୍ୱାମୀ ବାଇକ୍ ଚଲାଇ ଯାଇ ଭୋଟ୍ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ‘ବିଜେପିକୁ ହରାଇବାକୁ ଘରକୁ ଘର ବୁଲି ହଜାରେ କୋଟି ଟଙ୍କା ବଣ୍ଟା ଯାଇଛି’

ତାଙ୍କର ଏକ ପୁରୁଣା YAMAHA RX 100 ବାଇକ୍ ରହିଛି, ଯାହା ତାଙ୍କର ଲକି ଚାର୍ମସ୍ । ସବୁବେଳେ ନିର୍ବାଚନ ବେଳେ ଏହି ବାଇକ୍ କୁ ସେ ବ୍ୟବହାର କରିଥାନ୍ତି । ଆଜି ବି ନିଜର ସେହି ପୁରୁଣା ଅନ୍ଦାଜ୍ ରେ ବାଇକ୍ ଚଲାଇ ଭୋଟ୍ ଦେବାକୁ ସେ ଯାଇଛନ୍ତି । ସେହିପରି ବିଶ୍ୱର ସବୁଠୁ ଛୋଟ ଝିଅ ଜ୍ୟୋତି ବି ଆଜି ଭୋଟ୍ ଦେଇଛନ୍ତି । ନାଗପୁରରେ ନିଜ ଘର ପାଖ ପୋଲିଂ ବୁଥ୍ କୁ ଯାଇ ସେ ମତ ସାବ୍ୟସ୍ତ କରିଛନ୍ତି ।