• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜାଲୌନ୍ : ମୃତ ବ୍ୟକ୍ତିକୁ କରୋନାର ଦ୍ୱିତୀୟ ଡୋଜ୍‌ ଟିକା । ୯ ମାସ ପରେ ପରିବାର ଲୋକଙ୍କ ନିକଟକୁ ମୃତକ ଟିକା ନେଇଥିବା ନେଇ ମେସେଜ୍ ଆସିଛି । ଉତ୍ତରପ୍ରଦେଶର ଜାଲୌନରେ ସ୍ୱାସ୍ଥ୍ୟ ବିଭାଗର ଏପରି ଏକ ବଡ଼ କାରନାମା ସାମ୍ନାକୁ ଆସିଛି । ୧୦୦ ପ୍ରତିଶତ କରୋନା ଟିକାକରଣ ଦେଖାଇବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମୃତ୍ୟୁ ପରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଦେଇଛନ୍ତି । ତେବେ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ନେଇ ମୃତକଙ୍କ ପୁଅ ପାଖରେ ମେସେଜ୍ ପହଞ୍ଚିବା ପରେ ‌ଅସଲ ଘଟଣା ଜଣାପଡ଼ିଛି ପାଇଥିଲା । ତେବେ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି, ଶହେ ପ୍ରତିଶତ କରୋନା ଟିକାକରଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ କିପରି ଫର୍ଜି ଟିକାକରଣ କରାଉଛନ୍ତି ?

ଜାଲୌନର କାଲପି ସହରରେ ଏହି ଆଶ୍ଚର୍ଯ୍ୟଜନକ ମାମଲା ଘଟିଛି । ଯେଉଁଠାରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କରୋନା ଟିକାକରଣର ଲକ୍ଷ୍ୟ ପୂରଣ କରିବା ପାଇଁ ମୃତ୍ୟୁ ବ୍ୟକ୍ତିଙ୍କର ମଧ୍ୟ ଟିକାକରଣ କରି ଦେଇଛନ୍ତି । କାଲପି ସହର ନିବାସୀ ଡାକ୍ତର ଅନୀଲ କୁମାର ଦୀକ୍ଷିତଙ୍କ ବାପା ଡକ୍ଟର ଶିବ ମୋହନ ଦୀକ୍ଷିତଙ୍କର ଏପରି ଫର୍ଜି ଟିକାକରଣ କରାଯାଇଛି । ୯ ମାସ ପୂର୍ବେ ୨୨ ଏପ୍ରିଲ ୨୦୨୧ରେ ୮୬ ବର୍ଷ ଡକ୍ଟର ଶିବ ମୋହନ ଦୀକ୍ଷିତଙ୍କର ବୟସରେ ଦେହାନ୍ତ କରିଥିଲେ । ଏହାପୂର୍ବରୁ ସେ ୫ ମାର୍ଚ୍ଚ ୨୦୨୧ରେ ଟିକାର ପ୍ରଥମ ଡୋଜ୍ ନେଇଥିଲେ।

ପୋଲ୍ ଖୋଲିଲା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା

ନିର୍ବାଚନ ଆୟୋଗ ଏବଂ ସରକାରଙ୍କ ନିର୍ଦ୍ଦେଶରେ ଟିକା ପାଇବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହାରି ଭିତରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ସାମ୍ନାକୁ ଆସିଛି । ବିନା ଯାଂଚରେ ଫର୍ଜି ଟିକାକରଣ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଯେଉଁ ମୃତକ ଡାକ୍ତର ଶିବ ମୋହନଙ୍କୁ କରୋନାର ଦ୍ୱିତୀୟ ଡୋଜ୍ ଠିକା ଦେଇଛନ୍ତି, ତାହା ବିଭାଗୀୟ ଅବହେଳାର ଖୁଲାସା କରିଛି ।

୯ ମାସ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା .

ରବିବାର ଦିନ ଶିବ ମୋହନ ଦୀକ୍ଷିତଙ୍କ ପୁଅ ଅନିଲ କୁମାରଙ୍କ ମୋବାଇଲ୍ ଫୋନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମେସେଜ୍ ଆସିଥିଲା । ତାଙ୍କ ବାପା କରୋନାର ଦ୍ୱିତୀୟ ଡୋଜ ଟିକା ନେଇଥିବା ନେଇ ମେସେଜରେ ଉଲ୍ଲେଖ କରାଯାଇଥିଲା । କେବଳ ଏତିକି ନୁହେଁ ହିତାଧିକାରୀ ରେଫରେନ୍ସ ID ମଧ୍ୟ ପଠାଯାଇଥିଲା । ତେବେ ମେସେଜ୍ ଦେଖି ଡାକ୍ତର ଅନିଲ କୁମାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାପା କିପରି ୨୨ ଜାନୁୟାରୀ ୨୦୨୨ରେ ଦ୍ୱିତୀୟ ଡୋଜ୍ ଟିକା ନେଲେ, କାରଣ ୯ ମାସ ପୂର୍ବେ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଟିକାକରଣର କଣ୍ଟ ପୂରାଇବା ପାଇଁ ମୃତକଙ୍କୁ ମଧ୍ୟ ଏଥିରେ ସାମିଲ କରିବା କେତେ ଦୂର ଯୁକ୍ତିଯୁକ୍ତ ? ତେବେ ଏହି ନକଲି ଟିକାକରଣର ଅଭିଯାନ ସମ୍ପର୍କରେ ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ଡାକ୍ତର ଅନିଲ କୁମାର ।