ଗେହଲଟଙ୍କ ବଡ଼ ଘୋଷଣା ! ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ

ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ ।

Gas Cylinder

ଖୁସି ଖବର । ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ । ଦେଶରେ ବଢ଼ୁଥିବା ଦରଦାମ ଲୋକଙ୍କୁ କନ୍ଦାଇ ଦେଇଥିବା ବେଳେ, ଗ୍ୟାସ୍‌ ଦର ହ୍ରାସ, ଲୋକଙ୍କୁ ନିହାତି ଭାବେ ଆଶ୍ୱସ୍ତ କରିବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ଏପ୍ରିଲ ପହିଲାରୁ ରାଜସ୍ଥାନରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ଦର ୫୦୦ ଟଙ୍କା ହେବ । ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ । ତେବେ ଏହି ଘୋଷଣା ସମସ୍ତଙ୍କ ପାଇଁ ନୁହେଁ । ଏହା କେବଳ ଗରିବ ଏବଂ ଉଜ୍ଜଳା ଗ୍ୟାସ ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ।

ରାହୁଲ ଗାନ୍ଧି ଙ୍କ ଉପସ୍ଥିତିରେ ଶ୍ରୀ ଗେହଲଟ ଏହି ଘୋଷଣା କରିଛନ୍ତି । ଏହି ସମୟରେ ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ଗେହଲଟ । ଆସନ୍ତା ବର୍ଷ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ଏଭଳି ଗୋଟି ଚାଳନା କରିଥିବା କୁହାଯାଉଛି । 

ଅଧିକ ପଢ଼ନ୍ତୁ: ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ଦର କମାଇଲା କେନ୍ଦ୍ର