• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରାଜୟ ପରେ ବୈଠକ । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ​​ପରାଜୟର ତିନି ଦିନ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ସକାଳ ୧୦ଟାରେ ସଂସଦ ଷ୍ଟ୍ରାଟେଜୀ ଗ୍ରୁପ୍-ପିଏସଜି (parliamentary strategy group) ର ଏକ ବୈଠକ ଡାକିଛନ୍ତି । ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ବାସଭବନ ୧୦ ଜନପଥରେ ଏହି ବୈଠକ ଅନୁଷ୍ଠିତ ହେବ । ୫ ରାଜ୍ୟରେ ଦଳର ପରାଜୟ ଓ ବିଶେଷ ଭାବେ ପଞ୍ଜାବରେ କ୍ଷମତା ହରାଇବା ପ୍ରସଙ୍ଗ ଉପରେ ଗୁରୁତ୍ୱ ସହ ଆଲୋଚନା କରାଯିବ ‍ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ବୈଠକରେ ଦଳୀୟ ପଦରୁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ୟୁପି ଦାୟିତ୍ୱରେ ଥିବା ପ୍ରୀୟଙ୍କା ଗାନ୍ଧି ପଦ ଛାଡ଼ି ପାରନ୍ତି । ଯଦି ସୋନିଆ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତି, ତେବେ ଦଳର ଆଭିମୁଖ୍ୟ କଣ ରହିବ ? କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ କାହାକୁ ଦାୟିତ୍ୱ ମିଳିବ କି ? ଏସବୁକୁ ନେଇ ଚର୍ଚ୍ଚା ଲାଗି ରହିଛି ।

କଂଗ୍ରେସର କେବଳ ଏହି ୫ ରାଜ୍ୟରେ ପରଜୟ ହୋଇନି ବରଂ ଭୋଟ୍ ପ୍ରତିଶତ ବି ବହୁ ପରିମାଣରେ ଖସିଛି । ଆଗାମୀ କିଛି ମାସ ମଧ୍ୟରେ ଗୁଜରାଟ ଓ ଏହାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ । ତେଣୁ ତା ପୂର୍ବରୁ ଘର ସଜାଡ଼ିବା ଚିନ୍ତା ଏବେ କଂଗ୍ରେସକୁ ଘାରିଛି । ଅନ୍ୟପଟେ ଏସବୁ ଦିଗକୁ ନେଇ ଆଜି ଅପରାହ୍ନ ୪ଟାରେ ବସିବ CWC ବୈଠକ ।