Advertisment

କଂଗ୍ରେସକୁ ବଡ଼ ଝଟ୍‌କା: ସାଂସଦ ପଦ ହରାଇଲେ ରାହୁଲ ଗାନ୍ଧି

ସାଂସଦ ପଦ ହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ପରେ ସଙ୍କଟରେ ଥିଲା ରାହୁଲଙ୍କ ସାଂସଦ ପଦ ।

ଅଦ୍ୟତନ ହୋଇଛି
Congress party's Rahul Gandhi disqualified as a Member of Lok Sabha

Congress party's Rahul Gandhi disqualified as a Member of Lok Sabha

Advertisment

ଲୋକସଭା ସାଂସଦ ପଦ ହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ପରେ ସଙ୍କଟରେ ଥିଲା ରାହୁଲଙ୍କ ସାଂସଦ ପଦ। ଏପରିକି ଆଗାମୀ ନିର୍ବାଚନ ଲଢିବା ନେଇ ବି ଆଶଙ୍କା ଦେଖାଦେଇଥିଲା। 

Advertisment

ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବିଧାନର ଧାରା ୧୦୨ (୧)(ଇ) ଅନୁସାରେ ସଦସ୍ୟତା ରଦ୍ଦ, ଲୋକ ପ୍ରତିନିଧି ଆଇନ ୧୯୫୧, ସେକ୍ସନ ୮ ଅନୁଯାୟୀ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ଦ୍ୱାରା ଦଣ୍ଡାଦେଶ ଘୋଷଣା ପରେ ରାହୁଲଙ୍କ ସଦସ୍ୟତା ରଦ୍ଦ କରାଯାଇଛି।

Advertisment

ସୂଚନାଥାଉ କି, ‘ସମସ୍ତ ଚୋରଙ୍କ ସର୍‌ନେମ୍‌ ମୋଦି କାହିଁକି’ ? ... କଂଗ୍ରେସ ନେତା ରାହୁଲ ଗାନ୍ଧି(Rahul Gandhi )ଙ୍କ ଏହି ବୟାନ୍‌କୁ ନେଇ ଦାଖଲ ହୋଇଥିବା ମାନହାନୀ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଗୁଜୁରାଟର ସୁରତ ସେସନ୍‌ କୋର୍ଟ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

ଦଣ୍ଡାଦେଶ ମିଳିବାର ମାତ୍ର କିଛି ସମୟ ମଧ୍ୟରେ ରାହୁଲଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜାମିନ୍‌ ମିଳିଥିଲା। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବା ପାଇଁ କୋର୍ଟ ରାହୁଲଙ୍କୁ ସମୟ ଦେଇଥିଲେ। ଏହି ସମୟରେ ସେ ସ୍ଥାୟୀ ଜାମିନ୍‌ ପାଇଁ ଆବେଦନ କରିପାରିବେ। 

Advertisment

ସୂଚନାଥାଉ କି, ୪ ବର୍ଷ ପୁରୁଣା ମାମଲାରେ ଗୁଜରାଟର ସୁରତ କୋର୍ଟ ଗତକାଲି ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ପ୍ରକ୍ରିୟାରେ ରାହୁଲ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଗୁଜୁରାଟ କଂଗ୍ରେସର ସମସ୍ତ ବଡ ନେତା ତାଙ୍କ ସହ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧି ନିଜେ ଦିଲ୍ଲୀରୁ ଆସି ସୁରତରେ ପହଞ୍ଚିଥିଲେ ।

Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ