Advertisment

ଭିଡିଓ ସିରିଜ୍‌ରେ କଂଗ୍ରେସ ଶାସନର କଳାଚିଠାର ଲମ୍ବା ତାଲିକା ଦେଲା ବିଜେପି

କେନ୍ଦ୍ରରେ କ୍ଷମତାସୀନ ବିଜେପି ଆଜି ଠାରୁ ଆରମ୍ଭ କରିଛି ‘କଂଗ୍ରେସ ଫାଇଲ୍‌ସ’ ଅଭିଯାନ। ‘କଂଗ୍ରେସ ଫାଇଲ୍‌ସ’ ହେଉଛି ଏକ ଭିଡିଓ ସିରିଜ୍।

ଅଦ୍ୟତନ ହୋଇଛି
Congress Files

Congress Files

Advertisment

ପୁଣି ଥରେ କଂଗ୍ରେସ କୁ ଟାର୍ଗେଟ କଲା ଭାରତୀୟ ଜନତା ପାର୍ଟି । ରବିବାର ନୂଆଦିଲ୍ଲୀରେ ବିଜେପି ଆରମ୍ଭ କରିଛି 'କଂଗ୍ରେସ ଫାଇଲ୍ସ' ଅଭିଯାନ । ‘କଂଗ୍ରେସ ଫାଇଲ୍ସ’ ହେଉଛି ଏକ ଭିଡିଓ ସିରିଜ୍‌ । ଏହି ଭିଡିଓ ସିରିଜରେ ବିଜେପି ୟୁପିଏ ସରକାର ସମୟରେ କଂଗ୍ରେସ ଦଳ କରିଥିବା ବ୍ୟାପକ ଦୁର୍ନୀତି ସ୍ଥାନିତ କରିଛି । ଏହାର ଏକ ଭିଡିଓକୁ ବିଜେପି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ମଧ୍ୟ କରିଛି । କଂଗ୍ରେସ ଶାସନ କାଳରେ ମୋଟ ୪୮,୨୦,୬୯,୦୦,୦୦,୦୦୦ ଟଙ୍କା ଦୁର୍ନୀତି କରିଥିବା ଭିଡିଓରେ ଅଭିଯୋଗ ହୋଇଛି। ଏହି ଭିଡିଓରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଉପା ସରକାରରେ ହୋଇଥିବା କୋଇଲା ସ୍କାମ, 2G ସ୍କାମ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନିୟମିତତା ପ୍ରଦର୍ଶତ କରାଯାଇଛି ।

Advertisment

ବିଜେପି ପକ୍ଷରୁ ସେୟାର କରାଯାଇଥିବା ପ୍ରଥମ ଅଧ୍ୟାୟର ତିନି ମିନିଟର ଭିଡିଓର ପ୍ରାରମ୍ଭରେ କୁହାଯାଇଛି ଯେ ୭୦ ବର୍ଷର ଶାସନ କାଳରେ କଂଗ୍ରେସ ଦେଶବାସୀଙ୍କର ୪୮,୨୦,୬୯,୦୦,୦୦,୦୦୦ ଟଙ୍କା ଲୁଟି ନେଇଛି । ଏହାକୁ ଡକାୟତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଟଙ୍କାରେ ଦେଶର ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରଗତି ପର୍ଯ୍ୟନ୍ତ ବହୁତ କାର୍ଯ୍ୟ କରାଯାଇପାରିଥା’ନ୍ତା । ଏହି ଟଙ୍କାରେ ୨୪ଟି ଆଇଏନ୍‌ଏସ୍ ବିକ୍ରାନ୍ତ ଯୁଦ୍ଧ ଜାହାଜ, ୩୦୦ଟି ରାଫେଲ ବିମାନ ଓ ୧୦୦୦ଟି ମଙ୍ଗଳ ମିଶନ ହୋଇପାରିଥା’ନ୍ତା। ।

Advertisment

କୋଇଲା ଠାରୁ 2G ଏବଂ କମନୱେଲଥ୍‌ ଗେମ୍‌ ସ୍କାମ ପର୍ଯ୍ୟନ୍ତ ଏହି ଭିଡିଓରେ ଉଲ୍ଲେଖ କରାଯାଇଛି । ଉପା ସରକାର ଅମଳରେ ୧.୮୬ ଲକ୍ଷ କୋଟି ଟଙ୍କାର କୋଇଲା ଦୁର୍ନୀତି ଓ ୧.୭୬ ଲକ୍ଷ କୋଟି ଟଙ୍କା 2G ଦୁର୍ନୀତି ହୋଇଥିଲା। ମନରେଗାରେ ୧୦ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା।

ସେହିପରି ଇଟାଲୀରୁ ୧୨ଟି ହେଲିକପ୍ଟର କିଣିବା ପାଇଁ ୩୬୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା । ରେଳବାଇ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ୧୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା । ସେତେବେଳେ ଏମିତି ଏକ ସମୟ ଥିଲା ଯେତେବେଳେ ଖବର କାଗଜ ହେଉ ବା ନ୍ୟୁଜ ଚ୍ୟାନେଲ ସବୁଠି ଦୁର୍ନୀତି ପ୍ରମୁଖ ଖବର ହୋଇଥିଲା । କଂଗ୍ରେସକୁ ଦୁର୍ନୀତିର ମୂଲ୍ୟ ଦେବାକୁ ପଡିବ ବୋଲି ବିଜେପି କହିଛି ଏବଂ କଂଗ୍ରେସ ଯୋଗୁଁ ପ୍ରଗତି ପଥରେ ଆମ ଦେଶ ପଛରେ ପଡିଛି । ଏତେ ସବୁ ଦୁର୍ନୀତି ସତ୍ତ୍ୱେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କିଛି ଜାଣିପାରିଲେ ନାହିଁ ବୋଲି କହି ଏହି ଭିଡିଓରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

Advertisment

‘କଂଗ୍ରେସ ଫାଇଲ୍ସ’ ପ୍ରଥମ ଅଧ୍ୟାୟର ଶେଷରେ ଆସନ୍ତା ଅଧ୍ୟାୟ ବା ଦ୍ୱିତୀୟ ଅଧ୍ୟାୟରେ କଂଗ୍ରେସର ଆଉ ଏକ ଦୁର୍ନୀତି ବିଷୟରେ ଦେଖିବାକୁ ମିଳିବ । ସେନେଇ ପ୍ରଥମ ଅଧ୍ୟାୟରେ ସମସ୍ୟକ ସୂଚନା ବି ଦିଆଯାଇଛି । ଏଥିରେ କୁହାଯାଇଛି, କଂଗ୍ରେସ ଅର୍ଥାତ୍ ଦୁର୍ନୀତିର ଆଗାମୀ ଅଧ୍ୟାୟରେ ଦେଖିବେ ‘ପେଣ୍ଟିଂର ଦାମ୍‌ ୨ କୋଟି ଟଙ୍କା’। ସେହି ୨ କୋଟି ପାଇଁ ଗାନ୍ଧି ପରିବାର ଧମକ ଚମକ ମଧ୍ୟ ଦେବାକୁ ପଛାଇ ନଥିଲା।

BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ