Advertisment

ମହାଙ୍ଗା ପଡ଼ିପାରେ ଜୟ ପାଲେଷ୍ଟାଇନ୍‌ ନାରା ! ଓୱାସିଙ୍କ ନାଁରେ ମାମଲା ଦାଏର...

ଏହି ଆର୍ଟିକିଲ ଆଧାରରେ ଆଇନଜୀବୀ ଭିନୀତି ଜିନ୍ଦଲ କହିଛନ୍ତି ଯେ, ରାଷ୍ଟ୍ରପତି ଅସାଉଦ୍ଧିନ ଓୱାସିଙ୍କ ସାଂସଦ ପଦ ରଦ୍ଦ କରନ୍ତୁ । ଆର୍ଟିକିଲ ୧୦୨(୪)ରେ ଅନୁସାରେ ଜଣେ ଭାରତୀୟ ସାଂସଦ ଅନ୍ୟଦେଶ ପ୍ରତି ଆନୁଗତ୍ୟ ଦେଖାଇପାରିବେ ନାହିଁ ।

ଅଦ୍ୟତନ ହୋଇଛି
Complaints Against Asaduddin Owaisi Over His Slogans In Parliament

Parliament

Advertisment

ଆସାଉଦ୍ଦିନ୍ ଓୱାସିଙ୍କ ନାଁରେ ଅଭିଯୋଗ । ପାର୍ଲାମେଣ୍ଟରେ ଶପଥ ନେବା ବେଳେ ଦେଇଥିବା ବିବାଦୀୟ ନାରା ପାଇଁ ଏବେ ସାରା ଦେଶରେ ରାଜନୀତି ସରଗରମ । ସେହି ବିବାଦୀୟ ନାରାକୁ ନେଇ ତାଙ୍କ ନାଁରେ ଏବେ ଅଭିଯୋଗ ହୋଇଛି । କେବଳ ଭାରତରେ ନୁହେଁ ପୁରା ଏସିଆରେ ତାଙ୍କ ନାରାକୁ ନେଇ ବିବାଦ ଦେଖାଯାଇଛି । ତାଙ୍କ ନାଁରେ ବୁଧବାର ଦୁଇଟି ମାମଲା ଦାଏର ହୋଇଛି ।

Advertisment

ମିଳିଥିବା ସୂଚନାନୁସାରେ ତାଙ୍କ ନାଁରେ ପ୍ରଥମ ମାମଲା ଦାଏର କରିଛନ୍ତି ଆଇନଜୀବୀ ହରିଶଙ୍କର ଜୈନ । ଶପଥ ପାଠ ବେଳେ ଦେଇଥିବା ବିବାଦୀୟ ନାରା ପାଇଁ ଏହି ମାମଲା ଦାଏର କରାଯାଇଛି । ସେହିଭଳି ଦ୍ୱିତୀୟ ମାମଲା ଦାଏର କରିଛନ୍ତି କରିଛନ୍ତି ଆଇନଜୀବୀ ଭିନୀତ ଜିନ୍ଦଲ । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲ୍‌ରେ ଏନେଇ ସ୍ପଷ୍ଟ ମଧ୍ୟ କରିଛନ୍ତି । ସେ ଭାରତୀୟ ସମ୍ବିଧାନ ଆର୍ଟିକିଲ ୧୦୩ ଅନୁସାରେ ମାମଲା ଦାଏର କରିଥିବା ସୂଚନା ଦେଇଛନ୍ତି ।

ପଢନ୍ତୁ ଏହି ଖବର: ଦୀର୍ଘ ଦଶନ୍ଧି ପରେ ବାଚସ୍ପତି ନିର୍ବାଚନ; ମୁହାଁମୁହିଁ ହେବେ ଓମ୍‌ ବିର୍ଲା- କେ. ସୁରେଶ

Advertisment

ଏହି ଆର୍ଟିକିଲ ଆଧାରରେ ଆଇନଜୀବୀ ଭିନୀତି ଜିନ୍ଦଲ କହିଛନ୍ତି ଯେ, ରାଷ୍ଟ୍ରପତି ଅସାଉଦ୍ଧିନ ଓୱାସିଙ୍କ ସାଂସଦ ପଦ ରଦ୍ଦ କରନ୍ତୁ । ଆର୍ଟିକିଲ ୧୦୨(୪)ରେ ଅନୁସାରେ ଜଣେ ଭାରତୀୟ ସାଂସଦ ଅନ୍ୟଦେଶ ପ୍ରତି ଆନୁଗତ୍ୟ ଦେଖାଇପାରିବେ ନାହିଁ । କିନ୍ତୁ ଏଠି ସାଂସଦ ଅସାଉଦ୍ଦିନ ଓୱାସି ଅନ୍ୟ ଦେଶ ପାଲେଷ୍ଟାଇନ୍‌ ପ୍ରତି ନିଜର ଆନୁଗତ୍ୟ ଦେଖାଇଛନ୍ତି ।

 

ଅନ୍ୟପଟେ ଓୱାସି ନିଜ ମନ୍ତବ୍ୟ ପାଇଁ ଜମାରୁ ଦୁଃଖିତ ନୁହେଁ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ ଏଭଳି କହିବାରେ କିଛି ଭୁଲ ନାହିଁ । ସେ ଜୟ ଭୀମ୍, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ୍‌ କହିପାରିବେ ବୋଲି କହିଛନ୍ତି । 

Advertisment

ସେ ଆହୁରି କହିଛନ୍ତି, ‘ବିଭିନ୍ନ ସାଂସଦମାନେ ବିଭିନ୍ନ ପ୍ରକାର ନାରା ଦେଉଛନ୍ତି । ମୁଁ ବି ସେମିତି ନାରା ଦେଲି । ଏଥିରେ ଅସୁବିଧା କେଉଁଠି । ଏଭଳି କରିବା ଉଚିତ୍‌ ନୁହେଁ ବୋଲି ସମ୍ବିଧାନରେ କେଉଁଠି ବି ଲେଖାଯାଇନି । ଅନ୍ୟମାନେ କ’ଣ କହିଛନ୍ତି ତାହା ବି ଶୁଣନ୍ତୁ । ମହାତ୍ମା ଗାନ୍ଧି ପାଲେଷ୍ଟାଇନ୍‌କୁ ନେଇ କ’ଣ କହିଥିଲେ ତାହା ବି ପଢ଼ନ୍ତୁ ଆଉ ଶୁଣନ୍ତୁ ।’

ସୂଚନାନୁସାରେ, ଲୋକସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ମଙ୍ଗଳବାର ଦ୍ୱିତୀୟ ଦିନରେ ଶପଥ ପାଠ କରୁଥିଲେ। କିନ୍ତୁ ଏହି ସମୟରେ ସେମାନେ ଦେଉଥିବା ନାରା ବେଶ ଚର୍ଚ୍ଚାକୁ ଆସିଥିଲା। ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱାସି ଶପଥ ନେବା ପରେ ଜୟ ପାଲେଷ୍ଟାଇନ କହିଥିଲେ । ବର୍ତ୍ତମାନ ଇସ୍ରାଏଲ ପକ୍ଷରୁ ପାଲେଷ୍ଟାଇନରେ ଘନଘନ ଆକ୍ରମଣ କରାଯାଉଛି। ଏଠାରେ ରହୁଥିବା ପାଲେଷ୍ଟାଇନ ସଂଗଠନ ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ଏପରି କରୁଛି। ତେବେ ଏହି ଆକ୍ରମଣରେ ପାଲେଷ୍ଟାଇନର ଶହଶହ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ବିରୋଧ କରି ଓୱାସି ଜୟ ପାଲେଷ୍ଟାଇନ ନାରା ଦେଇଥିବା କୁହାଯାଉଛି। 

ପଢନ୍ତୁ ଏହି ଖବର: ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି ?

୫ମ ଥର ପାଇଁ ହାଇଦ୍ରାବାଦରୁ ଜିତି ସଂସଦକୁ ଆସିଥିବା ଓୱାସି ପ୍ରଥମେ ଅନ୍ୟ ସାଂସଦମାନଙ୍କ ଭଳି ଶପଥ ପାଠ କରିଥିଲେ। ଏହାପରେ ସେ ଜୟ ଭୀମ, ଜୟ ତେଲାଙ୍ଗାନା ଓ ଶେଷରେ ଜୟ ପାଲେଷ୍ଟାଇନ କହିଥିଲେ। ତେବେ ତାଙ୍କର ଜୟ ପାଲେଷ୍ଟାଇନକୁ ଗୃହରେ ଉପସ୍ଥିତ ଶାସକ ଦଳର ସଦସ୍ୟମାନେ ଜୋରଦାର ଢଙ୍ଗରେ ବିରୋଧ କରିଥିଲେ।

Parliament Lok Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ