Advertisment

SBIରୁ ଗାୟବ ହେଲା ୧୧ କୋଟି ଟଙ୍କାର କଏନ୍‌ ? ସିବିଆଇ ହାତକୁ ଗଲା ତଦନ୍ତ ଭାର

ଏସ୍‌ବିଆଇରୁ ଗାୟବ ହେଲା ୧୧ କୋଟି ଟଙ୍କାର କଏନ୍‌ । ରାଜସ୍ଥାନର ମେହେନ୍ଦୀପୁର ବାଲାଜୀରେ ଥିବା ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Coins worth Rs 11 cr missing from SBI vaults; CBI takes over investigation

Coins worth Rs 11 cr missing from SBI vaults; CBI takes over investigation

ଏସ୍‌ବିଆଇରୁ ଗାୟବ ହେଲା ୧୧ କୋଟି ଟଙ୍କାର କଏନ୍‌ । ରାଜସ୍ଥାନର ମେହେନ୍ଦୀପୁର ବାଲାଜୀରେ ଥିବା ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି । ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦିଆଯାଇଥିବାର ସୂଚନା ମିଳିଛି ।

Advertisment

ଏସ୍‌ବିଆଇ ବ୍ୟାଙ୍କର ଏହି ଶାଖାରୁ ଏତେ ପରିମାଣର ଟଙ୍କା କୁଆଡେ ଗଲା ତାହା ଜାଣିବା ପାଇଁ ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ସିବିଆଇର ତଦନ୍ତ ଦାବି କରିଥିଲେ । ଯାହାକାରଣରୁ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ରାଜସ୍ଥାନ ପୋଲିସ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଏଫ୍‌.ଆଇ.ଆର. ର ତଥ୍ୟ ଯାଞ୍ଚ କରିଛି ।

Coins worth Rs 11 cr missing from SBI vaults; CBI takes over investigation(SBI)

ସୂଚନା ଅନୁସାରେ, ଶାଖା ପକ୍ଷରୁ ଏସବିଆଇ ବ୍ୟାଙ୍କରେ ପ୍ରାଥମିକ ଯାଞ୍ଚ ପରେ ମୁଦ୍ରାଗୁଡିକର ଗଣନା ଆରମ୍ଭ କରାଯାଇଥିଲା । ଯାହା ପରେ ବ୍ୟାଙ୍କରେ ଟଙ୍କା ଗାୟବ ଥିବା ଘଟଣା ସାମ୍ନାକୁ ଆସିଥିଲା । ବ୍ୟାଙ୍କର ରେଜିଷ୍ଟର ଅନୁସାରେ, ୧୩ କୋଟିରୁ ଅଧିକ ମୂଲ୍ୟର ମୁଦ୍ରା ଗଣିବାକୁ ନିଆଯାଇଥିଲା। କିନ୍ତୁ କେବଳ ୨ କୋଟି ଟଙ୍କା ନେଇଥିବା ୩୦୦୦ ମୁଦ୍ରା ବ୍ୟାଗକୁ ହିସାବ କରାଯାଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମୁଦ୍ରା ସଂରକ୍ଷଣ ଶାଖାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଥିମଧ୍ୟରେ ୧୧ କୋଟିରୁ ଅଧିକ ମୂଲ୍ୟର ମୁଦ୍ରା ନିଖୋଜ ରହିଥିବାର ଗଣନାରୁ ଜଣାପଡିଥିଲା ।

Advertisment

ଜାତୀୟ ଗଣ ମାଧ୍ୟମର ତଥ୍ୟ ଅନୁସାରେ, ଗତ ୨୦୨୧ ଅଗଷ୍ଟ ମାସ ୧୦ ତାରିଖ ରାତିରେ ଗେଷ୍ଟ ହାଉସରେ ଟଙ୍କା ଗଣନା କରୁଥିବା ବ୍ୟକ୍ତିଙ୍କୁ ଧମକ ଦିଆଯାଇଥିଲା । ଏମିତିକି ସେମାନଙ୍କୁ ମୁଦ୍ରା ଗଣନା ନକରିବାକୁ କୁହାଯାଇଥିବାର ଅଭିଯୋଗ ହୋଇଛି ।

SBI Rs 11 Crore Coins
Advertisment
Advertisment