Advertisment

Air India: ବିମାନରେ ଅସରପା, କ୍ଷମା ମାଗିଲା ଏୟାରଇଣ୍ଡିଆ

ଏୟାରଇଣ୍ଡିଆର ଫ୍ଲାଇଟ୍ AI 180ରେ କିଛି ଅସରପା ଥିବା କାରଣରୁ ଏୟାରଲାଇନ୍ସ କ୍ଷମା ପ୍ରାର୍ଥନା କରିଛି। ଯାତ୍ରୀଙ୍କ ସିଟ୍ ପରିବର୍ତ୍ତନ କରି ଅନ୍ୟତ୍ର ବସାଇବାର ବ୍ୟବସ୍ଥା କରାଗଲା।

ଅଦ୍ୟତନ ହୋଇଛି
cockroaches

cockroaches

Advertisment

ପ୍ରତ୍ୟେକ ଦିନ ଏୟାରଇଣ୍ଡିଆ ହେଉ ବା ଇଣ୍ଡିଗୋ ବିମାନରେ କିଛି ନା କିଛି ଅଘଟଣ ଘଟୁଛି। ଆଜି ମଧ୍ୟ ସେପରି ବଡ ଅଘଟଣ ନ ଘଟିଥିଲେ ମଧ୍ୟ ବିମାନରେ ଅସରପା କାରଣରୁ ଯାତ୍ରୀଙ୍କୁ ସାମାନ୍ୟ ଅସୁବିଧାର କାମନା କରିବାକୁ ପଡିଛି। ଏୟାର ଇଣ୍ଡିଆର ଫ୍ଲାଇଟ୍ AI 180ରେ ଏହା ଘଟିଛି। ଏନେଇ ଏୟାର ଇଣ୍ଡିଆ ସୋମବାର ଏକ କ୍ଷମା ପ୍ରାର୍ଥନା କରିଛି ଏବଂ କହିଛି ଯେ ସାନ୍ ଫ୍ରାନ୍ସିସ୍କୋ-ମୁମ୍ବାଇ ଉଡ଼ାଣରେ ଯାତ୍ରୀମାନେ ମଝି ଆକାଶରେ ଅସରପା ଦେଖିବା ଅଭିଯୋଗ କରିବା ପରେ ଏହା ତଦନ୍ତ ଆରମ୍ଭ କରିଛି।

Advertisment

ଏୟାର ଇଣ୍ଡିଆର ଫ୍ଲାଇଟ୍ AI 180 ଫ୍ରାନ୍ସିସ୍କୋରୁ କୋଲକାତା ଦେଇ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲା। କିଛି ଯାତ୍ରୀ ବିମାନରେ ଅସରପା ଥିବା ଅଭିଯୋଗ କରିବା ପରେ ସେମାନଙ୍କ ସିଟ୍ ପରିବର୍ତ୍ତନ କରାଯାଇ ଅନ୍ୟତ୍ର ବସା ଯାଇଥିଲା। ଏହା ପରେ କୋଲକାତାରେ ଏକ ଷ୍ଟପଓଭରରେ ଇନ୍ଧନ ଷ୍ଟପ୍ ସମୟରେ ବିମାନକୁ ପରିଷ୍କାର କରା ଯାଇଥିଲା।

ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି, “ଆମେ ନିୟମିତ ସଫା କରିବା ସତ୍ତ୍ୱେ, ଗ୍ରାଉଣ୍ଡ ଅପରେସନ୍ ସମୟରେ କେତେକ ସମୟରେ କୀଟପତଙ୍ଗ ବିମାନରେ ପ୍ରବେଶ କରିପାରନ୍ତି। ଏୟାର ଇଣ୍ଡିଆ ଏ ନେଇ ତଦନ୍ତ କରିବ ଏବଂ ଏଭଳି ଘଟଣାର ପୁନରାବୃତ୍ତିକୁ ନ ହେବା ପାଇଁ କାର୍ଯ୍ୟ କରିବ। ଆମେ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛୁ।”

Advertisment

ଅଧିକ ପଢନ୍ତୁ: ବିମାନରେ ଯାନ୍ତ୍ରିକ ତ୍ରୁଟି, ହିଣ୍ଡନ ଏୟାରପୋର୍ଟରେ ଉଡ଼ାଣ ବାତିଲ

Air India Kolkata San Francisco Mumbai Apology Airlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ