ଏୟାର ଇଣ୍ଡିଆ ବିମାନ ଖାଇବାରେ ମିଳିଲା ଅସରପା, ଭିଡିଓ ହେଲା ଭାଇରାଲ

ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍‌ରେ ଏକ ଅସରପା ବାହାରିଛି । ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି ।

cockroach found in food

ସାଧାରଣତଃ ଲୋକମାନେ ଉନ୍ନତ ସେବା ଓ ସୁବିଧା ପାଇଁ ବିମାନରେ ଯିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ବିମାନରେ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ଅନେକ ସମୟରେ ଯାତ୍ରୀମାନେ ଅଭିଯୋଗ କରିଥାନ୍ତି । ଏବେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ସମୟରେ ଜଣେ ଯାତ୍ରୀ ମିଳୁଥିବା ଖାଦ୍ୟକୁ ନେଇ ଅଭିଯୋଗ କରିଛନ୍ତି । ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍‌ରେ ଏକ ଅସରପା ବାହାରିଛି । ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି ।

ଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଥିବା ଜଣେ ଯାତ୍ରୀ ତାଙ୍କ ଖାଦ୍ୟରେ ପୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁୟେଶ ସାୱନ୍ତ ନାମକ ଜଣେ ଯାତ୍ରୀ କହିଛନ୍ତି ଯେ ସେ ତାଙ୍କର ଦୁଇ ବର୍ଷର ପିଲାଙ୍କ ସହ ବିମାନରେ ଯାତ୍ରା କରୁଥିଲେ। ତାଙ୍କୁ ଖାଇବାକୁ ଏକ ଓମଲେଟ୍ ଦିଆଯାଇଥିଲା । ତେବେ ଏହି ଓମଲେଟ୍‌ ଅଧାରୁ ଅଧିକ ଖାଇବା ପରେ ସେ ଦେଖିବାକୁ ପାଇଥିଲେ କି ସେଥିରେ ଏକ ଅସରପା ଥିବା ଦେଖିବାକୁ ପାଇଥିଲେ । ଏହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ୍‌ ମିଡିଆରେ ଅନେକ ୟୁଜର୍ସ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହି ପୂରା ବିଷୟ ଉପରେ ସ୍ପଷ୍ଟୀକରଣ ଦେଇ ଏୟାର ଇଣ୍ଡିଆ କହିଛି ଯେ, ଆମେ ଜାଣିବାକୁ ପାଇଲୁ କି ବିମାନ ଉଡ଼ାଣ ସମୟରେ ଯାତ୍ରୀଙ୍କ ଖାଦ୍ୟରେ ଅସରପା ମିଳିଥିଲା । ଆମେ କ୍ୟାଟରିଂ ସେବା ପ୍ରଦାନକାରୀ ସଂସ୍ଥାକୁ ଏହି ବିଷୟରେ ସୂଚନା ଦେଇଛୁ ଏବଂ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରିଛୁ । ଏଭଳି ଘଟଣାକୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା।