Advertisment

INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ

ଗତ ୨୦ ଦିନ ଭିତରେ କୋଚିନି ସିପ୍ୟାର୍ଡ ଲିମିଟେଡକୁ ଏହା ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍ ବୋଲି ସୂଚନା ମିଳିଛି। ଏହି ଅଜଣା ଇମେଲ ପରେ ସିପ୍ୟାର୍ଡରେ ପୋଲିସ ଓ ସିଆଇଏସଏଫ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

INS Vikrant

INS Vikrant

Advertisment

ନୂଆଦିଲ୍ଲୀ: INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ। କୋଚିନ୍ ସିପ୍ୟାର୍ଡ ଲିମିଟେଡ୍‌କୁ ଏ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏଥିରେ କୋଚି ସିପ୍ୟାର୍ଡରେ ଥିବା ଭାରତୀୟ ନୌବାହିନୀର ସେଟଅପକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। କୋଚି ସିପ୍ୟାର୍ଡରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଶକ୍ତି କୁହାଯାଉଥିବା ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର INS ବିକ୍ରାନ୍ତ ରହିଛି। ତେବେ ଅଜଣା ଆକାଉଣ୍ଟରୁ ଆସିଥିବା ଏହି ଧମକପୂର୍ଣ୍ଣ ଇ-ମେଲ ନେଇ କୋଚି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

ଗତ ୨୦ ଦିନ ଭିତରେ କୋଚିନି ସିପ୍ୟାର୍ଡ ଲିମିଟେଡକୁ ଏହା ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍ ବୋଲି ସୂଚନା ମିଳିଛି। ଏହି ଅଜଣା ଇମେଲ ପରେ ସିପ୍ୟାର୍ଡରେ ପୋଲିସ ଓ ସିଆଇଏସଏଫ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଜାହାଜ ଚଳାଚଳ ମନ୍ତ୍ରାଳୟ ଅଧିନରେ ଥିବା ରାଷ୍ଟ୍ରାୟତ୍ତ ସଂସ୍ଥା କୋଚିନ ସିପ୍ୟାର୍ଡ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦେଶର ଏହି ପ୍ରଥମେ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ନିକଟରେ ପ୍ରଥମ ଜଳବତରଣ କରିିସାରିଛି।

India News Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ