CM Bhupesh Baghel
ସମସ୍ତଙ୍କ ସାମ୍ନାରେ ଚାବୁକ ପ୍ରହାର ଖାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ପ୍ରହାର ବେଳେ ସେ ହାତ ଦେଖାଇ ଠିଆ ହୋଇଥିଲେ । ଆଉ ଏତିକିବେଳେ ଜଣେ ବ୍ୟକ୍ତି ତାଙ୍କୁ ପ୍ରହାର ଉପରେ ପ୍ରହାର କରି ଚାଲିଥିଲେ । ଦୀପାବଳି ପର ଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁର୍ଗ ଜିଲ୍ଲାର ଜଞ୍ଜଗିରି ଗାଁରେ ଗୌରା-ଗୌରୀ ପୂଜାରେ ସାମିଲ ହୋଇଥିଲେ । ଆଉ ସ୍ଥାନୀୟ ପରମ୍ପରା ଅନୁଯାୟୀ ସେ ଚାବୁକ ମାଡ଼ ଖାଇଥିଲେ ।
ଛତିଶଗଡରେ ଲୋକଙ୍କ ବିଶ୍ୱାସ ରହିଛି ଯେ, ଗୌରା-ଗୌରୀ ପୂଜା ଅବସରରେ ଚାବୁକ ମାଡ଼ ଖାଇବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ । ସବୁ ଶାରୀରିକ ସମସ୍ୟା ଦୂର ହେବା ସହ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହାକୁ ସୋତା ମାଡ ବୋଲି କୁହାଯାଏ । ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ପୂଜା କାର୍ଯ୍ୟକ୍ରମରେ ଭାଗ ନିଅନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ହାତକୁ ଚାବୁକରେ ପାଞ୍ଚ ଥର ପ୍ରହାର କରିଥିଲେ ବୀରେନ୍ଦ୍ର ଠାକୁର। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666699218.jpg)