Advertisment

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ, ଧସିଲା ପାହାଡ଼, ମାଡ଼ିଲା ପାଣି

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ। ଉତ୍ତରକାଶୀରେ ଧସିଲା ପାହାଡ଼। ପାହାଡ଼ରୁ ଖସିଲା ବିପତ୍ତି। ଧସି ଆସିଲା ମାଟି, ମାଡ଼ିଲା ପାଣି

ଧସିଲା ପାହାଡ଼ ମାଡ଼ିଲା ପାଣି

ଧସିଲା ପାହାଡ଼ ମାଡ଼ିଲା ପାଣି

Advertisment

ଉତ୍ତରାଖଣ୍ଡର ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ। ଆଜି (ମଙ୍ଗଳବାର) ଉତ୍ତରକାଶୀର ଧରାଲି ଗାଁରେ ହଠାତ୍ ବାଦଲ ଫଟା ବର୍ଷା ହୋଇଥିଲା। ବର୍ଷା ଏତେ ଭୟଙ୍କର ଥିଲା ଯେ, ବନ୍ୟାର ରୁପ ନେଇଥିଲା। ବନ୍ୟା ପାଣିରେ ପାହାଡ଼ର କିଛି ଭଗ୍ନାବଶେଷ ତଳକୁ ଖସିଆସିଲା। ଭୟଙ୍କର ଦୃଶ୍ୟକୁ ଦେଖି ଲୋକେ ବିକଳ ହୋଇ ଚିତ୍କାର କରିବାକୁ ଲାଗିଥିଲେ। ବାଦଲ ଫଟା ବର୍ଷା ପରେ ଖୀର୍ ଗଙ୍ଗା ନଦୀ ଉଛୁଳି ବନ୍ୟା ଆସିଥିଲା। ରାଲି ବଜାର ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଅନେକ ହୋଟେଲ୍ ଓ ଷ୍ଟେ ହୋମ୍ ଭାଙ୍ଗି ଯାଇଥିବା ବେଳେ ଅପରାହ୍ନ ସୁଦ୍ଧା ୧୦ ରୁ ୧୨ ଜଣ ନିଖୋଜ ଥିବା ଜଣାପଡ଼ିଛି। ପାଖାପାଖି ପାହାଡ଼ର ଭଗ୍ନାବଶେଷ ତଳେ କିଛି ଲୋକ ପୋତି ହୋଇଯାଇଥିବା ଜଣାପଡ଼ିଥଛି। ହର୍ଷିଲରୁ ସେନା, ପୋଲିସ, SDRF ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

Advertisment

ଉତ୍ତରକାଶୀର ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଉତ୍ତରକାଶୀର ଏହି ଭୟଙ୍କର ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ, ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। କହିଛନ୍ତି ଯେ ଧରାଲି (ଉତ୍ତରକାଶୀ) ଅଞ୍ଚଳରେ ବାଦଲ ଫଟା ବର୍ଷାରେ ହୋଇଥିବା ପ୍ରବଳ କ୍ଷୟକ୍ଷତିର ଖବର ଅତ୍ୟନ୍ତ ଦୁଃଖଦ ଏବଂ ଯନ୍ତ୍ରଣାଦାୟକ। SDRF, NDRF, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ଟିମ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା କହିଛନ୍ତି। ସମସ୍ତଙ୍କର ସୁରକ୍ଷା ପାଇଁ ଧାମି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

ଉତ୍ତରାଖଣ୍ଡ ପୋଲିସ ଅପଡେଟ୍ ଦେଇଛି

ଉତ୍ତରାଖଣ୍ଡ ପୋଲିସ ତାର X ହ୍ୟାଣ୍ଡେଲ ମାଧ୍ୟମରେ କହିଛି ଯେ, ଉତ୍ତରକାଶୀର ଖୀର୍ ଗଙ୍ଗାର ଜଳସ୍ତର ବୃଦ୍ଧି ଯୋଗୁଁ ଧରାଳିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହର୍ଷିଲ ଅଞ୍ଚଳରେ ପୋଲିସ, SDRF, ସେନା ଇତ୍ୟାଦି ଦଳ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉପରୋକ୍ତ ଘଟଣାକୁ ଦୃଷ୍ଟିରେ ରଖି, ସମସ୍ତେ ନଦୀଠାରୁ ଉପଯୁକ୍ତ ଦୂରତା ବଜାୟ ରଖିବା ଉଚିତ୍। ନିଜକୁ ସୁରକ୍ଷିତ ରହିବା ସହପିଲାମାନଙ୍କୁ ଏବଂ ଗାଇଗୋରୁମାନଙ୍କୁ ନଦୀଠାରୁ ଉପଯୁକ୍ତ ସ୍ଥାନକୁ ନେଇଯିବାକୁ ସଚେତନ କରାଉଛି ଉତ୍ତରାଖଣ୍ଡ ପୋଲିସ।

Advertisment
Uttarakhand Uttarakhand Chief Minister Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ