Advertisment

Cloudburst:ହଠାତ ପାହାଡ଼ରୁ ମାଡ଼ିଆସିଲା ବନ୍ୟା, ବାଦଲଫଟା ବର୍ଷା ପରେ ଖିନଭିନ୍ ଚାମୋଲି

ଭୟଙ୍କର ବାଦଲ ଫଟା ବର୍ଷାରେ ପ୍ରକୃତି ରଚିଲା ତାଣ୍ଡବ। କରିଦେଲା ସବୁ ଛିନଛତର୍। ଉତ୍ତରାଖଣ୍ଡ ଉତ୍ତରକାଶୀ ଚମୋଲିରୁ ଦେଖନ୍ତୁ ଚିତ୍ର...

ଅଦ୍ୟତନ ହୋଇଛି
chamoli

chamoli

Advertisment

ଦେବଭୂମି ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବଲୀଳା। ବାଦଲଫଟା ବର୍ଷା ପରେ ଖିନଭିନ୍ ଉତ୍ତରାଖଣ୍ଡର ଚାମୋଲି। ବାଦଲଫଟା ବର୍ଷା ପରେ ହଠାତ୍ ପାହାଡ଼ରୁ ମାଡ଼ିଆସିଲା ବନ୍ୟା। ଆଉ ଧୋଇଗଲା ଅନେକ ଘରଦ୍ବାର ଓ ଦୋକାନ ବଜାର। ଗତ ରାତିରେ ହିଁ ଏଭଳି ଭୟାନକ ଘଟଣା ଘଟିଛି। କେହି କିଛି ବୁଝିବା ଆଗରୁ ସବୁକିଛି ବନ୍ୟାର ସୁଅରେ ଭାସିଯାଇଛି।

Advertisment

ଅନେକ ଲୋକେ ଏବେ ବି ନିଖୋଜ ଥିବା ଜଣାପଡିଛି। କିଛି ଘରଦ୍ବାର ସଂପୂର୍ଣ୍ଣ ଭାସି ଯାଇଥିବା ବେଳେ ଅନେକ ଘର ଦ୍ବାର କାଦୁଅ ପଙ୍କରେ ପୋତି ହୋଇଯାଇଛି। ପ୍ରଶାସନର ସୂଚନା ଅନୁଯାୟୀ ଥାରାଲି ମାର୍କେଟ୍ ଏରିଆ ଏବଂ ଥାରାଲି ତହସିଲ କଂପ୍ଲେକ୍ସ ପଙ୍କରେ ପୋତି ହୋଇଯାଇଛି। ଅନେକ ସରକାରୀ ବାସଭବନ, ଦୋକାନ ବଜାର, ଅନେକ ଗାଡ଼ି ମଧ୍ୟ ପଙ୍କରେ ପୋତି ହୋଇଯାଇଛି। ଏପରିକି ଏସଡିଏମଙ୍କ ବାସଭବନ ମଧ୍ୟ ପଙ୍କରେ ପୋତି ହୋଇଯାଇଛି।

ଗତ ରାତିରୁ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବନ୍ୟା ପରେ ଅନେକ ସ୍ଥାନରେ ରାସ୍ତାଘାଟ ଅବରୋଧ ହୋଇ ରହିଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର କରି ରିଲିଫ୍ କ୍ୟାମ୍ପରେ ରଖାଯିବାର ବ୍ୟବସ୍ଥା କରାଯାଉଥିବା ଚାମୋଲି ଏଡିଏମ୍ ସୂଚନା ଦେଇଛନ୍ତି।

Advertisment

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣା ଉପରେ ନଜର ରଖିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଉତ୍ତରାଖଣ୍ଡରେ ଆସନ୍ତା ଦୁଇ ଦିନ ପାଇଁ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଇଏମଡି ପକ୍ଷରୁ ଅରେ୍େଜ ଆଲର୍ଟ ଜାରି କରାଯାଇଛି। ...

Advertisment

Uttarakhand Chamoli Cloudburst Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ