• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ପ୍ରଧାନମନ୍ତ୍ରୀ ଜୀ ମୋର ନାମ କ୍ରିତି ଦୁବେ । ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢ଼େ । ବର୍ତ୍ତମାନ ପେନସିଲ ମଧ୍ୟ ମହଙ୍ଗା ହୋଇଛି । ପିଲାମାନେ ମୋ ପେନସିଲ ଚୋରି କରିନେଉଛନ୍ତି । ସବୁ ଦିନ ପେନସିଲ୍ ହଜେଇ ଦେଉଥିବାରୁ ନୂଆ ମାଗିଲେ ମା ମୋତେ ପିଟୁଛନ୍ତି । ମୁଁ କଣ କରିବି ? ମୋଦିଙ୍କ ସାମ୍ନାରେ ଦରବୃଦ୍ଧି ଦୁଃଖ ବଖାଣିଲା କୁନି ଝିଅ । ଖାଇବା ଠାରୁ ଆରମ୍ଭ କରି କପଡ଼ାଲତା, ଆସବାବପତ୍ର, ଇଲେକ୍ଟ୍ରିକ୍‌ ସାମଗ୍ରୀ ତଥା ପାଠପଢ଼ା ସାମଗ୍ରୀରେ ମଧ୍ୟ ଟାକ୍ସ ଲାଗିବାରୁ ଜନତା ହନ୍ତସନ୍ତ ହେଉଛନ୍ତି ।

କନ୍ନୌଜ ଜିଲ୍ଲାର ବିରତିଆରେ ରହୁଥିବା ପାଞ୍ଚ ବର୍ଷିୟ କ୍ରିତି ଦୁବେ । ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ମନର କଥା ବଖାଣିଛି । କ୍ରିତି ଛିବ୍ରବାମେଇ ଆବାସ ବିକାଶ କଲୋନୀ ସ୍ଥିତ ସୁପ୍ରଭାଶ ଏକାଡେମୀର ପ୍ରଥମ ଶ୍ରେଣୀର ଛାତ୍ରୀ । ବର୍ତ୍ତମାନ ଚୁଡ଼ି, ରବର ଏବଂ ପେନସିଲ ଉପରେ ଟିକସ ବୃଦ୍ଧି ହେତୁ ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି । ଦର ବୃଦ୍ଧିର ପ୍ରଭାବ ଏବେ କୁନି କୁନି ପିଲାଙ୍କ ପାଠପଢ଼ା ଉପରେ ମଧ୍ୟ ପଡ଼ିଛି । ତେଣୁ ସେ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ମନର କଥା ଜଣାଇଛନ୍ତି ।

Special storyପ୍ରଧାନମନ୍ତ୍ରୀଙ୍କୁ କୁନି ଝିଅର ଚିଠି

କ୍ରତି ଦୁବେଙ୍କ ମା’ କହିଛନ୍ତି , ମୂଲ୍ୟ ବୃଦ୍ଧି ସମ୍ପର୍କରେ ଘରେ ଆଲୋଚନା ହୋଇଥିଲା । କ୍ରୁତି ସବୁକଥା ମନଧ୍ୟାନ ଦେଇ ଶୁଣୁଥିଲା । ହେଲେ ଶନିବାର ଦିନ ସେ ଘର କାମରେ ବ୍ୟସ୍ତ ଥିବା ସମୟରେ କ୍ରିତି ନିଜ ଖାତାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲା ।

ଲେଖିବା ପରେ ସେ ମା’କୁ ଚିଠି ପଢ଼ାଇଥିଲା । ଝିଅ ଲେଖିଥିବା ଚିଠି ପଢ଼ିବା ପରେ ସେ ହସିବାକୁ ଲାଗିଥିଲେ । ତେବେ କୁନି ଝିଅଟି ଚିଠିକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ଜିଦ୍ କରିଥିଲା । ରବିବାର ଥିବାରୁ ଡାକଘର ଖୋଲା ନଥିଲା । ଝିଅର ମନ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସେ ଚିଠି ପଠାଇବେ ଓ ଇମେଲ୍ ମଧ୍ୟ କରିବ ବୋଲି କହିଛନ୍ତି ।