Maha Kumbh Mela: ଦିନେ ନୁହେଁ, କି ମାସେ ନୁହେଁ, ୩୨ ବର୍ଷ ଧରି ଗାଧୋଇ ନାହାନ୍ତି ସାଧୁ

ଦିନ ନୁହେଁ, କି ମାସେ ନୁହେଁ, ଦୀର୍ଘ ୩୨ ବର୍ଷ ଧରି ଗାଧୋଇ ନାହାନ୍ତି ଜଣେ ସାଧୁ । କଥାଟା କାନକୁ ଅସ୍ୱାଭାବିକ ଲାଗୁଥିବା ବି ନିହାତି ସତ ।

Chotu Baba

ଦିନ ନୁହେଁ, କି ମାସେ ନୁହେଁ, ଦୀର୍ଘ ୩୨ ବର୍ଷ ଧରି ଗାଧୋଇ ନାହାନ୍ତି ଜଣେ ସାଧୁ । କଥାଟା କାନକୁ ଅସ୍ୱାଭାବିକ ଲାଗୁଥିବା ବି ନିହାତି ସତ । ପ୍ରୟାଗରାଜ ମହା କୁମ୍ଭମେଳାକୁ ଆସିଥିବା ଏମିତି ଜଣେ ସାଧୁ ହେଲେ ଗାଙ୍ଗୁପୁରୀ ମହାରାଜ । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍ ୮ ଇଞ୍ଚ । ସେ ଉଚ୍ଚତା ପାଇଁ ଛୋଟୁ ବାବା ନାଁରେ ବେଶ୍ ପରିଚିତ ।

ଛୋଟୁ ବାବା ଆସାମର କାମାକ୍ଷା ପୀଠରୁ ଆସିଛନ୍ତି । ସେ ଆଜିକୁ ପ୍ରାୟ ୩୨ ବର୍ଷ ହେବେ କେବେ ବି ଗାଧୋଇ ନାହାନ୍ତି । ୩୨ ବର୍ଷ ତଳେ ତାଙ୍କର କୌଣସି ଏଇ ଇଚ୍ଛା ପୂରଣ ହୋଇନଥିବା କାରଣରୁ ସେ ନଗାଧୋଇବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଛୋଟୁ ବାବା । ଏପରିକି ସେ ଗଙ୍ଗାରେ ମଧ୍ୟ ସ୍ନାନ କରିନଥିବା ଦାବି କରନ୍ତି ।

ଅଧିକ ପଢନ୍ତୁ:କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

ତାଙ୍କୁ ନେଇ ମହାକୁମ୍ଭ ମେଳାରେ ଖୁବ ଚର୍ଚ୍ଚା ହେଉଥିବା ବେଳେ ସେ ଏବେ ମହାକୁମ୍ଭ ମେଳାର ଅନ୍ୟତମ ଆକର୍ଷଣ ପାଲଟିଛନ୍ତି । ସେପଟେ ମହାକୁମ୍ଭ ୨୦୨୫କୁ ଆରାମଦାୟକ ଓ ସ୍ମରଣୀୟ କରି ରଖିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥର ଲକ୍ଷ୍ୟ ରହିଛି ମହାକୁମ୍ଭ ସ୍ଥଳକୁ ସଫାସୁତୁରା ଓ ସ୍ୱାସ୍ଥ୍ୟକର କରାଯିବ ।

ମେଳା ସମୟରେ ମାସାଧିକ କାଳ ଏହି ସ୍ଥାନରେ ମଶାମାଛି ଉଡିବେନି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଦିଆଯାଇଛି । ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେଉଥିବା ଏହି ଭବ୍ୟ ମେଳାରେ ଏଥର ଦେଖିବାକୁ ମିଳିବନି ମଶା, ମାଛି ଓ ଡାଆଁସ । ଏହି ନୂଆ ବ୍ୟବସ୍ଥାରେ ସ୍ୱୟଂଚାଳିତ ମିଷ୍ଟ ବ୍ଲୋୟର୍ ମେସିନ ସବୁ ଲଗାଯିବ ।

କଲ୍ ପାଇବାର ୩୦ ମିନିଟ ଭିତରେ ମହାକୁମ୍ଭ ମେଳା ଅଞ୍ଚଳରେ ମଶାମାଛିଙ୍କୁ ତଡାଯିବାର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁମାନଙ୍କୁ ସ୍ୱାସ୍ଥ୍ୟକର ପରିବେଶରେ ରଖାଯିବ । କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି ।

ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ । ଏହି ଆଧୁନିକ ମେସିନ ଗୁଡିକ କ୍ୟାମ୍ପର ପରିବେଶକୁ ମୋଟାମୋଟି ଭାବେ ଭଲ ରଖିବା ସହ ସ୍ୱାସ୍ଥ୍ୟକର ପରିବେଶର ସୁଖଦ ଅନୁଭୂତି ଦେବ । ମେଳା ସରିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିବ ।

ଅଧିକ ପଢନ୍ତୁ:ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ