Advertisment

ଗଲୱାନରେ ଡ୍ରାଗନ୍ ସେନା ଉଡ଼ାଇଲେ ଚୀନର ଜାତୀୟ ପତାକା

ଖାଲି ଚୀନ୍ ପତାକା ଉଡ଼ାଇନି, ଏହାର ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛି।

China Force in Border

China Force in Border

Advertisment

ନୂଆଦିଲ୍ଲୀ: ଖୋଇ ଛାଡ଼ୁନି ଚୀନ୍। ପୁଣି ସାମ୍ନାକୁ ଆସିଛି ଡ୍ରାଗନ୍‌ର ବଦମାସୀ। ତା ପୁଣି ବିବାଦୀୟ ଗଲଓ୍ୱାନ୍ ଘାଟିରେ। ନିଜର ଦାବିକୁ ଜାହିର କରିବା ପାଇଁ ପୁଣିଥରେ ଗଲୱାନ୍ ଉପତ୍ୟକାରେ ସେନା ମୁତୟନ କରିଛି। ତାସହ ନିଜ ରାଷ୍ଟ୍ରର ଜାତୀୟ ପତାକା ଉଡ଼ାଇଥିବା ନଜରକୁ ଆସିଛି। ବର୍ତ୍ତମାନ ଭାରତ-ଚୀନ ସୀମାରେ ପ୍ରାୟ ୬୦ ହଜାର ସୈନ୍ୟ ମୁତୟନ କରିଥିବା ସୂଚନା ମିଳିଛି।

Advertisment

ଦୁଇ ଦେଶ ମଧ୍ୟରେ ଅନେକ ଥର କମାଣ୍ଡରସ୍ତରୀୟ ବୈଠକ ବସିସାରିଛି। ତଥାପି ସମସ୍ୟାର ସମାଧାନ ହୋଇପାରିନି। ଏବେ ପୁଣି ଥରେ ସୀମାରେ ଚୀନ ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ଏହାର ଉଚିତ ଦେବା ପାଇଁ ସମାନ ସଂଖ୍ୟାରେ ସେନା ମୁତୟନ କରିଥିବା ଜଣାପଡ଼ିଛି।

ନୂଆ ବର୍ଷ ଉପଲକ୍ଷେ LACର ହଟ୍ ସ୍ପ୍ରିଙ୍ଗ୍, ଡେମ୍ଚୋକ୍, ନାଥୁଲା, କୋଙ୍ଗ୍ରା ଲା, ବୁମ୍ ଲା, ଚୁଶୁଲ ମୋଲଡା ଆଦି ସ୍ଥାନରେ ଭାରତୀୟ ସେନା ଓ ଚୀନ୍ PLA ମଧ୍ୟରେ ନୂଆ ବର୍ଷ ଶୁଭେଚ୍ଛା ସହ ମିଠା ଓ ଉପହାର ଆଦାନ ପ୍ରଦାନ ହୋଇଥିଲା। ଏସବୁ ଭିତରେ ଲଦାଖର ବିବାଦୀୟ ଗଲଓ୍ୱାନ୍ ଘାଟି ଅଞ୍ଚଳରେ ନିଜ ଜାତୀୟ ପତାକା ଉଡ଼ାଇଥିବା ଦାବି କରି ଭାରତକୁ ଉସୁକାଇଛି ଚୀନ୍। ଖାଲି ଚୀନ୍ ପତାକା ଉଡ଼ାଇନି, ଏହାର ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛି।

Advertisment
China New Delhi India Border
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ