ସାବଧାନ ଗ୍ରାହକ ! ବଜାରରେ ମିଳୁଛି ଚାଇନା ରସୁଣ

୨୦୧୪ରୁ ଭାରତ ବଜାରରେ ବ୍ୟାନ୍‌ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

China Garlic

ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ରସୁଣ । କେଉଁଠି ୪ ଶହ ତ ପୁଣି କେଉଁଠି ୪ଶହ ପାର୍‌ କଲାଣି । ଆମ ଓଡ଼ିଆ ରୋଷେଇ ଘରର ମସଲା ଭାବେ ରସୁଣର ସ୍ୱତନ୍ତ୍ର ସ୍ଥାନ ରହିଛି । ଯାହାକି ପ୍ରାୟ ପ୍ରତ୍ୟେକ ରୋଷେଇରେ ବ୍ୟବହାର କରାଯାଏ । ତେବେ ରସୁଣକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୨୦୧୪ରୁ ଭାରତ ବଜାରରେ ବ୍ୟାନ୍‌ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ୟୁପିର ଜଣେ ବ୍ୟକ୍ତି ଚାଇନା ରସୁଣକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଆଉ ଏହାକୁ ନେଇ ଧୀରେ ଧୀରେ ବଢ଼ିଲାଣି ବିବାଦ । ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ଭାରତ ବଜାରରେ ଚାଇନା ରସୁଣ ବିକ୍ରି କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳାଯାଉଛି । ଏହି ଅଭିଯୋଗ ପରେ ୟୁପି ଓ ଗୁଜରାଟର ଅନେକ ସ୍ଥାନରେ ଚଢ଼ାଉ କରାଯାଇ ଚାଇନା ରସୁଣ ଜବତ କରାଯାଇଛି । ତେବେ ଦେଶୀ ରସୁଣ ଓ ଚାଇନା ରସୁଣ କିପରି ଚିହ୍ନିବେ ଜାଣିରଖନ୍ତୁ...

ଦେଶୀ ରସୁଣ ଆକାରରରେ ଛୋଟ ହୋଇଥାଏ । କିନ୍ତୁ ଚାଇନା ରସୁଣ ଆକାରରରେ ବଡ଼ ହୋଇଥାଏ । ଦେଶୀ ରସୁଣର ପାଖୁଡ଼ା ଛୋଟ ରହିଥିବା ବେଳେ ଚାଇନା ରସୁଣ ପାଖୁଡ଼ା ବଡ଼ ହୋଇଥାଏ । ଚାଇନା ରସୁଣ ବହୁତ ଧଳା ଏବଂ ଚିକ୍କଣ ଦେଖାଯାଏ । କିନ୍ତୁ ଦେଶୀ ରସୁଣ ଇସତ୍‌ ଧଳା ବଦଳରେ ସାମାନ୍ୟ ମଳିନ ଦେଖାଯାଏ । ଖାଲି ଏତିକି ନୁହେଁ, ଦେଶୀ ରସୁଣର ବାସ୍ନା ଅଧିକ ରହିଥାଏ । ହେଲେ ଚାଇନା ରସୁଣରେ ବାସ୍ନା ସେମିତି ନଥାଏ । ଚାଇନା ରସୁଣର ଚୋପା ଶୀଘ୍ର ଛାଡ଼ିଯାଏ । ହେଲେ ଦେଶୀ ରସୁଣ ଚୋପା ଛଡ଼ାଇବାକୁ ସମୟ ଲାଗେ ।

ଚାଇନା ରସୁଣ ଚାଷରେ ସିନ୍ଥେଟିକ୍‌‌ ପଦାର୍ଥ ବ୍ୟବହାର ହୋଇଥାଏ । ଫଳେରେ ଏହା ପେଟ ରୋଗ ସୃଷ୍ଟି କରିଥାଏ । କିଡନୀ ପାଇଁ ବି ଏହା ଭଲନୁହେଁ । ଖାଲି ,ତିକି ନୁହେଁ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । କେବଳ ଏହି କାରଣରୁ ଚାଇନା ରସୁଣକୁ ୨୦୧୪ରୁ ଭାରତ ବଜାରରେ ନିଷିଦ୍ଧ କରାଯାଇଥିଲା ।