China
ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ ଆଉ ଜଣେ ତାଙ୍କ କବଳରେ ରହିଛନ୍ତି । ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ସାଂସଦ ତାପିର ଗାଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଗତବର୍ଷ ଅରୁଣାଚଳ ପ୍ରଦେଶର ସୁବନସିରି ଜିଲ୍ଲାରୁ ୫ଜଣଙ୍କୁ ପିଏଲଏ ପକ୍ଷରୁ ଅପହରଣ କରାଯାଇଥିଲା । ଏନେଇ ଭାରତ ପକ୍ଷରୁ କଡା ପ୍ରତିବାଦ ପରେ ସପ୍ତାହକ ପରେ ୫ ଅପହୃତଙ୍କୁ ଚୀନ ମୁକ୍ତ କରିଥିଲା ।
ଅନ୍ୟପଟେ ବିସ୍ତାରବାଦୀ ଚାଇନାର ଆଉ ଏକ ଚାଲ ମଧ୍ୟ ସାମ୍ନାକୁ ଆସିଛି । ଚାଇନା ପକ୍ଷରୁ ବିବାଦୀୟ ପାଙ୍ଗୋଙ୍ଗ ହ୍ରଦରେ ବେଆଇନ ଭାବେ ବ୍ରିଜ୍ କାମ ଜୋରସୋରରେ ଚାଲିଛି । ଏବେ ପ୍ରବଳ ତୁଷାର ପାତ ହେଉଛି । ଏହି ତୁଷାର ପାତ ବନ୍ଦ ହେବା ପୂର୍ବରୁ ହିଁ ବ୍ରିଜ୍ କାମ ଶେଷ କରି ଚାଇନା ପଡ଼ୋଶୀ ଭାରତକୁ ଚେକ୍ ଦେବାକୁ ଚାହୁଁଥିବା ନୂଆ ସ୍ୟାଟେଲାଇଟ ଛବିରୁ ତଥ୍ୟ ସାମ୍ନାକୁ ଆସିଛି ।
Pangong Lake Satellite Pictureଚୀନ୍, ପାଙ୍ଗୋଙ୍ଗରେ ନିର୍ମାଣ କରୁଥିବା ବ୍ରିଜ୍ର ଲମ୍ବ ୪୦୦ ମିଟର ଓ ଚଉଡ଼ା ୮ ମିଟର। ପାଙ୍ଗୋଙ୍ଗର ଉତ୍ତର ଉପକୂଳରେ ଥିବା ଗୋଟିଏ ଚାଇନିଜ୍ ଆର୍ମି ଫିଲ୍ଡର ଦକ୍ଷିଣ ଭାଗରେ ଏହି ବ୍ରିଜ୍ଟି ରହିଛି । ୨୦୨୦ ମସିହାରେ ଭାରତ ଓ ଚାଇନା ମଧ୍ୟରେ ଯେତେବେଳେ ବିବାଦ ହୋଇଥିଲା ଏଠାରେ ବେଜିଂର ହସ୍ପିଟାଲ ଓ ଯବାନଙ୍କ ରହିବା ପାଇଁ ବିଭିନ୍ନ ନିର୍ମାଣ କାମ କରାଯାଇଥିବା ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/China_1642657405.jpeg)