Advertisment

ଦୁନିଆ ସାମ୍ନାରେ ଲଜ୍ଜିତ ହେବା ପରେ ବି ସୁଧୁରୁନି ଚୀନ, ପୁଣି ଭାରତକୁ ଉସ୍‌କାଇଲା

ଭାରତକୁ କୌଣସି ମତେ ଉସୁକାଇବାକୁ ପଛଘୁଞ୍ଚା ଦେଉନି ଡ୍ରାଗନ୍। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ନିଜ ଚିରାଚରିତ ଢଙ୍ଗରେ ଭାରତକୁ ଉସୁକାଇଛି ଚୀନ।

ଅଦ୍ୟତନ ହୋଇଛି
China Makes Galwan Soldier Olympics Torchbearer

China Makes Galwan Soldier Olympics Torchbearer

Advertisment

ଯେତେ ନିନ୍ଦା, ସମାଲୋଚନା, ଲଜ୍ଜିତ ହେବା ପରେ ବି ସୁଧୁରୁନି ଚୀନ। ଭାରତକୁ କୌଣସି ମତେ ଉସୁକାଇବାକୁ ପଛଘୁଞ୍ଚା ଦେଉନି ଡ୍ରାଗନ୍। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ନିଜ ଚିରାଚରିତ ଢଙ୍ଗରେ ଭାରତକୁ ଉସୁକାଇଛି ଚୀନ। ଗଲଓ୍ୱାନ ସଂଘର୍ଷରେ ସାମିଲ୍ ସୈନିକ ଧରିଛନ୍ତି ଓ୍ୱିଣ୍ଟର ଅଲିମ୍ପିକ୍ସର ମଶାଲ। 

Advertisment

ଚୀନର PLA(People's Liberation Army)ର ରେଜିମେଣ୍ଟ କମାଣ୍ଡର କି ଫାବାଓ ହାତରେ ମଶାଲ ଥିବା ଫଟୋକୁ ଚୀନ ସରକାର ପୋଷ୍ଟ ବି କରିଛନ୍ତି। ଗଲଓ୍ୱାନ ସଂଘର୍ଷରେ କି ଫାବାଓ ଗୁରୁତର ଆହତ ହୋଇଥିଲେ। ଏହାପରେ ବହୁ ଦିନ ଧରି ଗାଏବ ଥଲେ ଫାବାଓ। ହେଲେ ହଠାତ୍ ବିଶ୍ୱର ଏତେବଡ଼ ଇଭେଣ୍ଟରେ ତାଙ୍କୁ ସାମ୍ନାକୁ ଆଣି ମଶାଲ ଧରିବାକୁ ସୁଯୋଗ ଦେଇଛି ଚୀନ। ଫାବାଓଙ୍କୁ ହିରୋ ଭାବେ ଦର୍ଶାଇ ମଶାଲ ବାହକରେ ସାମିଲ୍ କରାଯାଇଛି। ଯାହା ପରେ ଚୀନର କୁପ୍ରୟାସ ପୁଣି ଥରେ ପଦାରେ ପଡ଼ିଛି। 

ଗଲୱାନ୍‌ ସଂଘର୍ଷରେ ୪ ଜଣ ଚୀନର PLA ସୈନିକଙ୍କ ମୃତ୍ୟୁ ନୁହେଁ ବରଂ ଏହାଠୁ ଢେର ଅଧିକ ପ୍ରାଣ ହରାଇଥିଲେ। ଭାରତୀୟ ସେନା ସହ ମୁହାଁମୁହିଁ ହେବା ପରେ ଚୀନର ୩୮ ଜଣ ସୈନିକ ପ୍ରାଣ ହରାଇଥିଲେ। ଚୀନର ସ୍ୱୀକାରୋକ୍ତି ତୁଳନାରେ ୯ ଗୁଣା ଅଧିକ ସୈନିକ ମୃତ୍ୟୁବରଣ କରିଛନ୍ତି। ଏଭଳି କିଛି ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା କରିଛି ଅଷ୍ଟ୍ରେଲିଆ ଖବରକାଗଜ ସଂସ୍ଥା ‘ଦ କ୍ଲାକ୍ସନ୍’(The Klaxon)। 

Advertisment
Indian Chinese Soldiers Clash Chinese Soldiers Galwan Clash Galwan Valley
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ