Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା

ଭଉଣୀର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା । ସ୍କୁଲ ଛାତ୍ରୀ ମାନେ ପିଏମଙ୍କୁ ଭେଟିବା ସହ ଆଜି ବାନ୍ଧିଛନ୍ତି ସୁରକ୍ଷାର ଡୋରି । ଏହି ଅବସରରେ ପିଏମ ମୋଦି ପିଲାଙ୍କ ସହ ଆଲୋଚନା କରିଥିଲେ । ଦିଲ୍ଲୀର ଏକ ସ୍କୁଲରେ ଏହି ଅବସରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ରକ୍ଷା ବନ୍ଧନ ପରେ ମୋଦି ସେମାନଙ୍କ କ୍ଲାସ ରୁମରେ ପିଲାଙ୍କ ସହ ଫଟୋ ଉଠାଇଥିଲେ ।

Advertisment

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି। ଖଣ୍ଡିଏ ସୂତାରେ ଯୋଡ଼ି ହୋଇଯାଏ ଜୀବନ ସାରାର ସମ୍ପର୍କ। ଭଉଣୀର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।

Advertisment

ଭାଇ ସାନ ହେଉ ଅବା ବଡ଼ ସବୁ ବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ଭଉଣୀ ପାଖେ ଛିଡ଼ା ହୁଏ । ଆଉ ଭଉଣୀ ବି...ଯେମିତି ମା’ ପରି, ଭାଇର ସବୁ କଥାକୁ ବୁଝେ । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଆଜି ସବୁଠି ଉତ୍ସାହ ଥିବା ବେଳେ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।

ଆଜି ବିଷ୍ଟି ଯୋଗ ଥିବାରୁ ରାକ୍ଷୀ ବାନ୍ଧିବା ଉଚିତ୍‌ କି ଅନୁଚିତ୍ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। କେତେକ କ୍ୟାଲେଣ୍ଡର ଓ ପଞ୍ଜିକାରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ବୋଲି ଲେଖା ଥିବା ବେଳେ ବିଷ୍ଟି ଯୋଗ ରହୁଥିବାରୁ ମାଙ୍ଗଳିକ କାର୍ଯ୍ୟ ଅନୁଚିତ୍‌ ବୋଲି କିଛି ଜ୍ୟୋତିର୍ବିଦ୍ ମତପ୍ରକାଶ କରିଛନ୍ତି।

Advertisment
PM Modi Rakhi Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ