Advertisment

Pahalgam Terror Attack Aftermath: ପହଲଗାମର ହୃଦୟ ବିଦାରକ ଘଟଣା: ସ୍ୱାମୀକୁ ମାରିଦେଲ, ମୋତେ ବି ମାରିଦିଅ...

ଗତକାଲି ଉଗ୍ରବାଦୀଙ୍କ ନରସଂହାର ପରେ ଦୁର୍ଗତମାନଙ୍କୁ ସହାୟତା ଲାଗି ଘଟଣାସ୍ଥଳରେ ପହଞ୍ଚିଥିଲେ ସେନାର ଯବାନ। ହେଲେ ଗୁଳିମାଡ଼ରେ ନିଜ ନିଜ ସଂପର୍କୀୟଙ୍କୁ ହରାଇ ସାରିଥିବା ପର୍ଯ୍ୟଟକମାନେ, ଯବାନଙ୍କୁ ଦେଖି ପୁଣି ଡରି ଯାଇଥିଲେ। ସେମାନଙ୍କୁ ନମାରିକୁ ଗୁହାରି କରିଥିଲେ।

ଅଦ୍ୟତନ ହୋଇଛି
Heart-Wrenching Scenes from Pahalgam

Heart-Wrenching Scenes from Pahalgam

Advertisment

ପହଲଗାମ ଆତଙ୍କାବାଦୀ ଆକ୍ରମଣ ଘଟଣାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଆତଙ୍କ ପରର ଘଟଣା । ଗତକାଲି ଉଗ୍ରବାଦୀଙ୍କ ନରସଂହାର ପରେ ଦୁର୍ଗତମାନଙ୍କୁ ସହାୟତା ଲାଗି ଘଟଣାସ୍ଥଳରେ ପହଞ୍ଚିଥିଲେ ସେନାର ଯବାନ। ହେଲେ ଗୁଳିମାଡ଼ରେ ନିଜ ନିଜ ସଂପର୍କୀୟଙ୍କୁ ହରାଇ ସାରିଥିବା ପର୍ଯ୍ୟଟକମାନେ, ଯବାନଙ୍କୁ ଦେଖି ପୁଣି ଡରି ଯାଇଥିଲେ। ସେମାନଙ୍କୁ ନମାରିକୁ ଗୁହାରି କରିଥିଲେ। 

Advertisment

ତେବେ ଭାରତୀୟ ସେନାର ଯବାନମାନଙ୍କୁ ବୁଝାଇବାକୁ ପଡ଼ିଥିଲା, ଯେ ସେମାନେ ଆତଙ୍କୀ ନୁହଁନ୍ତି, ବରଂ ଯବାନ। ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ସେ ଦୃଶ୍ୟକୁ ଦେଖିବା ପରେ, ଯେ କୌଣସି ବ୍ୟକ୍ତିର ହୃଦୟ ମଧ୍ୟ ଥରି ଉଠିବ। ଆତଙ୍କବାଦୀଙ୍କ ଅନ୍ଧାଧୁନ ଗୁଳିମାଡ଼ ପରେ କେତେ ଭୟ ଆଉ ଆତଙ୍କିତ ହୋଇପଡ଼ିଥିଲେ ମୃତକଙ୍କ ସମ୍ପର୍କୀୟ, ତା’ର ଭିଡିଓ ହିଁ ତାର ପ୍ରମାଣ ଦେଉଛି। 

ଅଧିକ ପଢ଼ନ୍ତୁ: ପହଲଗାମରେ ହମଲା; ଏହି ଆତଙ୍କୀ ସଂଗଠନ କଲା ନିଜକୁ ଦାୟୀ

ଯବାନ: ୧୦ ଜାଗେ ସେ ଫାୟାରିଂ ହୋ ରାହା ହେ... ବୈଠୋ ବୈଠୋ ଆରମ୍‌ ସେ ବୈଠୋ ଫାୟାରିଂ କର୍‌ ରହେ ହେଁ ୟେ ଲୋଗ୍‌...

Advertisment

ପର୍ଯ୍ୟଟକ: ମେରେ ବାଜୁ ମେ...ବଗଲ ମେ ଥା ଇସ୍କୋ...

ଯବାନ: କ୍ୟା ବ୍ଲଡ୍‌ କହିଁ ଲଗା ? ଚୋଟ୍‌ କ୍ୟା ବୋଟ୍‌...ଆଛା ଠିକ୍‌ ଠିକ୍‌ ବୈଠୋ...

ପର୍ଯ୍ୟଟକ: ମେ ପଟି କରତା ହୈ ଆପକୋ...

ଯବାନ: ଆରେ ନେହିଁ ନେହିଁ ହମ୍‌ ଲୋଗ୍‌ ଫୌଜ୍‌ ହେ...

ପର୍ଯ୍ୟଟକ: ମେରା ବଚ୍ଚେ କୋ କୁଛ୍‌ ମତ୍‌ କରୋ...

ଯବାନ: ହମ୍‌ ଲୋଗ୍‌ ଫୌଜ୍‌ ହୋ, ଆପ୍‌ କେ ସେଫଟି କେଲିଏ ଆୟେ ହେ । ହାମ୍‌ ଇଣ୍ତିଆନ୍‌ ଆର୍ମି ହେ, ବୈଠୋ ଆପ୍‌ ଲୋଗ୍‌ କାହାଁ ସେ ଆୟେ ହୋ ?  ଆପ୍‌ କେ ବଚ୍ଚେ କୁଛ୍‌ ନେହିଁ କରେଙ୍ଗେ...

Advertisment

ପର୍ଯ୍ୟଟକ: ପତି କୋ ମାର ଦିଆ ? ମୁଝେ ବି ମାର୍‌ ଦୋ ନା...ନେହିଁ ନେହିଁ, ବେଟା ଶାନ୍ତ ରହୋ...ପାନି ପିଓ...ରୁକୋ...ରୁକୋ..

ପର୍ଯ୍ୟଟକ: ପାପା..ହାଇଦ୍ରାବାଦ ସେ...ଆରେ ମୈନେ ବି ହାଇଦ୍ରାବାଦ ସେ । 

ସେହି ସମୟରେ ଏମିତି କିଛି ଥିଲା ବାର୍ତ୍ତାଳାପ । ଯାହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥିତି ଏମିତି ଥିଲା ଯେ କିଛି ସମୟ ପାଇଁ ପର୍ଯ୍ୟଟକମାନେ ଯବାନଙ୍କୁ ଆତଙ୍କୀ ବୋଲି ଭାବି ନେଇଥିଲେ।

ଅଧିକ ପଢ଼ନ୍ତୁ: ଆତଙ୍କୀ ହମ୍‌ଲା: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

Terror Activities Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ