Advertisment

ଜରୁରୀକାଳୀନ ଅବତରଣ କଲା ସିଇସିଙ୍କ ହେଲିକପ୍ଟର; ଜାଣନ୍ତୁ କାହିଁକି...

ଉତ୍ତରାଖଣ୍ତ ପିଥୋରାଗଡ ଜିଲ୍ଲାରେ କେନ୍ଦ୍ରୀୟ ନିର୍ବାଚନ କମିଶନର ରାଜୀବ କୁମାର ଓ ରାଜ୍ୟର ଡେପୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ବିଜୟ କୁମାର ଜୋଗଦାନନ୍ଦଙ୍କୁ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି ।

ଅଦ୍ୟତନ ହୋଇଛି
Chief Election Commissioners

Chief Election Commissioners

Advertisment

ବଡ଼ ଖବର । ଜରୁରୀକାଳୀନ ଅବତରଣ କଲା ସିଇସିଙ୍କ ହେଲିକପ୍ଟର । ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ଯାଉଥିବା ହେଲିକପଟର ଏମର୍ଜେନ୍ସିଂ ଲାଣ୍ଡି। ସିଇସି ରାଜୀବ କୁମାରଙ୍କୁ ନେଇ ଯାଉଥିବା ହେଲିକପଟରଟି ଆଜି ମଧ୍ୟାନ୍ନରେ ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି। 

Advertisment

ମିଲମ ଗ୍ଲାସିୟର ଅଭିମୁଖେ ଯାଉଥିବା ବେଳେ ଖରାପ ପାଗ ଓ ଦୃଶ୍ୟମାନ ଅଭାବ କାରଣରୁ ହେଲିପଟରଟି ଆଗକୁ ଯାଇନପାରି ପିଥୋରାଗଡ଼ର ରାଲାମ ଗାଁରେ ଜରୁରୀ ଅବତରଣ କରିଥିଲା। ହେଲିକପଟରରେ ସିଇସି ରାଜୀବ କୁମାରଙ୍କ ସମେତ ଉତ୍ତରାଖଣ୍ଡର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର ଜଗଦଣ୍ଡେ ରହିଛନ୍ତି। ପାଇଲଟଙ୍କୁ ଛାଡ଼ି ହେଲିକପଟରରେ ମୋଟ ୩ ଜଣ ଯାତ୍ରା କରୁଥିଲେ। 

ତେବେ ଏମାନେ ସମସ୍ତେ ସୁରକ୍ଷିତ ଥିବା ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ପାଗରେ ପରିବର୍ତ୍ତନ ପରେ ହେଲିକପଟରଟି ମୁନସିଆରି ଫେରିବ ବୋଲି ପିଥୋରାଗଡ଼ର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ସୂଚନା ମିଳିଛି। 

Advertisment

ହେଲିକପ୍ଟର ଜରୁରୀକାଳୀନ ଅବତରଣ ପରେ ମୁଖ୍ୟ ନିର୍ବାଚନ କମିଶନ, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ ବିଜୟ କୁମାରଙ୍କୁ ନିକଟରେ ଥିବା ଗୋଟିଏ ଘରକୁ ନିଆଯାଇଥିଲା। ସେଠାରେ ସେମାନେ ରହିଛନ୍ତି। ପ୍ରଶାସନ ପକ୍ଷରୁ ଲିଲାମ, ପାଟୋ ଓ ମିଲାମରୁ ୩ଟି ଉଦ୍ଧାରୀକର ଦଳ ଘଟଣାସ୍ଥଳକୁ ପଠାଯାଇଛି। ସେମାନେ ଟ୍ରେକିଂ କରି ଘଟଣାସ୍ଥଳକୁ ଆସୁଛନ୍ତି। କାରଣ ହେଲିକପ୍ଟର ଅବତରଣ କରିଥିବା ସ୍ଥାନକୁ ଠିକ ଭାବେ ସଡ଼କ ପଥ ନାହିଁ। ଆଜି ରାତି ସୁଦ୍ଧା ସେମାନେ ଘଟଣାସ୍ଥଳରେ ପହଞ୍ଚି ଯିବେ। ଆସନ୍ତାକାଲି ଦିନ ୧୦ଟା ସୁଦ୍ଧା ସମସ୍ତଙ୍କୁ ସେଠାରୁ ଉଦ୍ଧାର କରି ଅଣାଯିବ।

Helicopter CEC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ