Advertisment

ନଦୀ ଉପରେ ଉଡୁଛି ଡ୍ରୋନ୍‌ କ୍ୟାମେରା, ଉଠୁଛି ମହିଳାଙ୍କ ଗାଧୁଆ ଦୃଶ୍ୟ !

ପୋଲିସ୍‌ ନକ୍ସଲ ଗତିବିଧି ଉପରେ ନଜର ରଖିବା ଆଳରେ ଗାଁରେ ଡ୍ରୋନ୍‌ ଉଡାଉଛନ୍ତି। ଗାଁର ମହିଳାମାନେ ନଦୀ ଓ ପୋଖରୀରେ ଗାଧୋଇବା ବେଳର ଦୃଶ୍ୟ ଡ୍ରୋନ୍‌ କ୍ୟାମରାରାରୁ କଏଦ କରାଯାଉଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chhattisgarh Tribal Villagers Protest Against Police Camp

Chhattisgarh Tribal Villagers Protest Against Police Camp

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣିଥରେ ରାସ୍ତା ଓ ପୋଲିସ୍‌ କ୍ୟାମ୍ପ ବିରୋଧରେ ହଜାର ହଜାର ହଜାର ଆଦିବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଦିବାସୀମାନେ ନାରାୟଣପୁର଼-ଓରଚ୍ଛା ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରିଛନ୍ତି। ୨ ଦଫା ଦାବିକୁ ନେଇ ଗତ ୨ ଦିନ ହେବ ହଜାର ହଜାର ସଂଖ୍ୟକ ଆଦିବାସୀ ପ୍ରବଳ ଥଣ୍ଡା ସତ୍ତ୍ୱେ ରାସ୍ତା ଉପରେ ସେମିତି ଧାରଣାରେ ବସିଛନ୍ତି। ଏପରିକି ରାସ୍ତା ଉପରେ ରୋଷେଇ କରି ମଧ୍ୟ ଖାଉଛନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସେମାନେ ଚେତାବନୀ ଦେଇଛନ୍ତି।

Advertisment

ଗ୍ରାମବାସୀମାନେ ଦାବି କରିଛନ୍ତି, ଗାଁରେ ଖୋଲିଥିବା ପୋଲିସ୍‌ କ୍ୟାମ୍ପକୁ ତୁରନ୍ତ ହଟାଯିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକା ଯାଉ। ଗାଁ ଲୋକଙ୍କ ଅଭିଯୋଗ, ଗ୍ରାମ ସଭାର ବିନା ଅନୁମତିରେ ପୋଲିସ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯିବା ସହସଡ଼କ ନିର୍ମାଣ ମଧ୍ୟ କରାଯାଉଛି। ଗାଁରେ ପୋଲିସ୍‌ କ୍ୟାମ୍ପ ଖୋଲୁ ବୋଲି ଗ୍ରାମବାସୀମାନେ ଚାହୁଁ ନାହାନ୍ତି। ଏଥିପାଇଁ ଏହାକୁ ତୁରନ୍ତ ହଟାଇବା ଲାଗି ହଜାର ହଜାର ଆଦିବାସୀ ଦାବି କରିଛନ୍ତି। ଏନେଇ ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି। 

ଆନ୍ଦୋଳନରତ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପୋଲିସ୍‌ ନକ୍ସଲ ଗତିବିଧି ଉପରେ ନଜର ରଖିବା ଆଳରେ ଗାଁରେ ଡ୍ରୋନ୍‌ ଉଡାଉଛନ୍ତି। ଗାଁର ମହିଳାମାନେ ନଦୀ ଓ ପୋଖରୀରେ ଗାଧୋଇବା ବେଳର ଦୃଶ୍ୟ ଡ୍ରୋନ୍‌ କ୍ୟାମରାରାରୁ କଏଦ କରାଯାଉଥିବା ଅଭିଯୋଗ ହୋଇଛି। ତେଣୁ ଏଥିପାଇଁ ସେମାନଙ୍କ ଅଞ୍ଚଳରେ ଡ୍ରୋନ୍‌ ଉଡ଼ୁ ବୋଲି ଗ୍ରାମବାସୀ ଚାହୁଁ ନାହାନ୍ତି। 

Advertisment

ପୋଲିସ୍‌ କ୍ୟାମ୍ପ ନ ଖୋଲୁ ବୋଲି ଗ୍ରାମବାସୀମାନେ ଏଥିପାଇଁ ଚାହୁଁ ନାହାନ୍ତି କାରଣ ଗାଁଲୋକଙ୍କ ଉପରେ ପୋଲିସ୍‌ର ଅତ୍ୟାଚାର ବଢ଼ିବ ଓ ସେମାନଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବ। ଗାଁ ଲୋକଙ୍କୁ ନକ୍ସଲ କହି ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯିବ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ଯାହା ବି ପୋଲିସ୍‌ କ୍ୟାମ୍ପ ଗାଁରେ ଅଛି ତୁରନ୍ତ ସେସବୁକୁ ହଟାଇବା ଲାଗି ଦାବି ହୋଇଛି। 

Advertisment
Advertisment