Drunk Teacher
ମଦ ପାଇଁ ହଟହଟା ହୋଇଛନ୍ତି ଜଣେ ଶିକ୍ଷକ । ସ୍କୁଲକୁ ମଦ ପିଇ ଆସିବାରୁ ଘଉଡ଼ାଇ ଦେଇଛନ୍ତି ପିଲା । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଛତିଶଗଡର ବସ୍ତର ଅଞ୍ଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମଦୁଆ ଶିକ୍ଷକଙ୍କୁ ଘଉଡ଼ାଇ ଦେଇଥିଲେ ।
ଶିକ୍ଷକ ଜଣକ ମଦ ପିଇ ଆସିଥିବା ଜାଣିବା ପରେ ତାଙ୍କ ଉପରେ ଚପଲ ପକାଇ ଛାତ୍ରଛାତ୍ରୀମାନେ ତାଙ୍କୁ ସ୍କୁଲ ପରିସର ବାହାରକୁ ପଠାଇ ଦେଇଥିଲେ । ମାଡ଼ ଖାଇବା ଭୟରେ ଶିକ୍ଷକ ଜଣକ ଅନ୍ୟ ଉପାୟ ନପାଇ କାନମୁଣ୍ତା ଆଉଁସି ବାଧ୍ୟ ହୋଇ ପଳାଇଥିଲେ । ଏ ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ପରେ ବ୍ୟାପକ ଜନ ଅସନ୍ତୋଷ ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ: ଶିକ୍ଷକଙ୍କ ଅଜବ କାରନାମା...ମଦ ପିଇ ଛାତ୍ରଙ୍କୁ କରିଦେଲେ ବିଦା
ମଦୁଆ ଶିକ୍ଷକ ଜଣକ ବିଦ୍ୟାଳୟରେ ପହଞ୍ଚିବା ପରେ ପାଠ ପଢ଼ାଇବା ବଦଳରେ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଫଳରେ ତାଙ୍କର ଏପରି ଆଚରଣରେ ଅସନ୍ତୁଷ୍ଟ ହୋଇ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ସ୍କୁଲ ପରିସରରୁ ବାହାରକୁ ପଠାଇ ଦେଇଥିଲେ । ଏପରି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଶିକ୍ଷକ ଜଣକ ବାଧ୍ୟ ହୋଇ ବାଇକ୍ ଧରି ସ୍କୁୱଲ ଛାଡ଼ି ପଳାଇଥିଲେ । ପରେ ଛାତ୍ରଛାତ୍ରୀମାନେ ତାଙ୍କ ଉପରେକୁ ଚପଲ ମଧ୍ୟ ଫୋପାଡ଼ିଥିବା ଜଣା ପଡ଼ିଛି ।
ଘଟଣାଟି ଗତ ସପ୍ତାହରେ ଘଟିଥିବା କୁହାଯାଉଛି । ଅନଲାଇନରେ ଉକ୍ତ ଭିଡିଓଟି ପୋଷ୍ଟ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓଟି ୨୨ ହଜାରରୁ ଅଧିକ ଭ୍ୟୁ ପାଇଛି । ପ୍ରତିଦିନ ଶିକ୍ଷକ ଜଣକ ମଦ ପିଇ ସ୍କୁଲରେ ପହଞ୍ଚୁଥିବା ଜଣା ପଡ଼ିଛି । ପାଠ ପଢ଼ାଇବା ପରିବର୍ତ୍ତେ ସେ ପ୍ରାୟତଃ ଖଟ ଉପରେ ଶୋଇଥିବା ଦେଖିବାକୁ ମିଳେ । ଏଣୁ ଛାତ୍ରଛାତ୍ରୀମାନଙ୍କର କୁହୁଳୁଥିବା ନିଆଁ ପରିଶେଷରେ ଭୟଙ୍କର ରୂପ ନେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711512273.jpg)