Advertisment

ଆମଝର ଜଙ୍ଗଲରେ ଏନକାଉଣ୍ଟର; ଜଣେ ନକ୍ସଲ ନିହତ, ବିପୁଳ ମାଓସାମଗ୍ରୀ ଜବତ

ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ । ଖଲ୍ଲାରୀ ଥାନା ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଡିଆରଜି ଟିମ୍ ଚଢାଉ କରିଥିଲା ।

ଅଦ୍ୟତନ ହୋଇଛି
undefined

Encounter

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ । ଖଲ୍ଲାରୀ ଥାନା ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଡିଆରଜି ଟିମ୍ ଚଢାଉ କରିଥିଲା । ଏହି ସମୟରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରୁ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ, ଜଣେ ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଘଟଣାସ୍ଥଳରୁ ଏକ ଏସଏଲଆର ବନ୍ଧୁକ ଓ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି ।

Advertisment

ସେହିପରି ଗତ ୨୩ ତାରିଖରେ ଛତିଶଗଡ଼ ସୁକମା ଜିଲ୍ଲା ଜଗରମୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ IED ବିସ୍ଫୋରଣ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଆଇଡି ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଥିଲେ । ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନେ କ୍ୟାମ୍ପ ସିଲଗରରୁ ଟେକାଲଗୁଡେମ ଯାଉଥିବା ରାସ୍ତାରେ ଆଇଡି ବିଛାଇଥିଲେ । ତେବେ ଏହି IED ତଳେ 201 କୋବ୍ରା ବାହିନୀର ଏକ ଟ୍ରକ୍‌ ଆସିଯାଇଥିଲା । ଯାହାଫଳରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

ପଢନ୍ତୁ ଏହି ଖବର: ଛତିଶଗଡ଼ରେ ନକ୍ସଲଙ୍କ IED ବିସ୍ଫୋରଣ, ୨ ଯବାନ ସହିଦ

ଜାଗରଗୁଣ୍ଡା ପୋଲିସ ଷ୍ଟେସନ ପରିସରର କ୍ୟାମ୍ପ ସିଲଗରରୁ 201 କୋବ୍ରା ବାହିନୀଙ୍କ ଆଡଭାନ୍ସ ଟିମ୍ ROP ଡ୍ୟୁଟି ସମୟରେ ଟ୍ରକ୍ ଏବଂ ବାଇକ୍‌ରେ କ୍ୟାମ୍ପ ଟେକାଲଗୁଡେମ୍ ଆଡକୁ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୩ଟା ସମୟରେ 201 କୋବ୍ରା ବାହିନୀଙ୍କ ଟ୍ରକ IED ସଂସ୍ପର୍ଶରେ ଆସିଥିଲା । ଯାହାଫଳରେ ଡ୍ରାଇଭର ଏବଂ ସହ-ଡ୍ରାଇଭର ଘଟଣାସ୍ଥଳରେ ସହିଦ ହୋଇଥିଲେ । ଏଥିସହିତ ଅନ୍ୟ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା କୁହାଯାଉଛି। ସହିଦ ହୋଇଥିବା ସୈନିକଙ୍କ ନାଁ ବିଷ୍ଣୁ ଆର ଏବଂ ଶୈଳେନ୍ଦ୍ର ।

Advertisment

କିଛି ଦିନ ପୂର୍ବରୁ ଛତିଶଗଡ଼ର ସୁକମା ଜିଲ୍ଲାର ନକ୍ସଲମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅପରେସନ ମାଧ୍ୟମରେ ସୁରକ୍ଷା ବାହିନୀ ଜଙ୍ଗଲରେ ମାଓବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ ଚଢ଼ାଉ କରିବା ସହ ସେଠାରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ । ଏହି ସୂଚନା ଜିଲ୍ଲା ପୋଲିସ ପକ୍ଷରୁ ଜୁନ୍‌ ୧୫ରେ ଦିଆଯାଇଥିଲା ।

Chhattisgarh Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ