Unique Marriage: ନା ଥିଲା ବରଯାତ୍ରୀ, ନା ପଡ଼ିଲା ହାତଗଣ୍ଠି...ସମ୍ବିଧାନକୁ ସାକ୍ଷୀ ରଖି କଲେ ବିବାହ

ନିରାଡ଼ମ୍ବର ଭାବେ କୋର୍ଟରେ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ କଲେ ଛତିଶଗଡ଼ର ଦମ୍ପତି। ତେବେ ଏହି ଦମ୍ପତି ହେଉଛନ୍ତି ୟମନ ଲହରେ ଓ ପ୍ରତୀମା ମାହେଶ୍ୱରୀ ।

ସମ୍ବିଧାନକୁ ସାକ୍ଷୀ ରଖି ବିବାହ

ଏବେ ଚାଲିଛି ବିବାହ ଋତୁ । ଭାରତରେ ପ୍ରାୟତଃ ରୀତିନୀତି ଅନୁଯାୟୀ ହୋଇଥାଏ ବିବାହ । ପ୍ରତିଦିନ ଗାଁଠୁ ସହର ଅନେକ ବାହାଘର ହେଉଛି । ହୋମ ନିଆଁକୁ ସାକ୍ଷୀ ରଖି ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଥାନ୍ତି । ନିଜ ବାହାଘରକୁ ସ୍ମରଣୀୟ କରିବାକୁ ସମସ୍ତେ ଚାହିଁଥାନ୍ତି । କିନ୍ତୁ ସମୟ ସହ ବଦଳୁଛି ଲୋକଙ୍କ ମାନସିକତା । ଏବେ ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ସହ କେମିତି ଅଧିକ ଭାଇରାଲ ହେବ ସେନେଇ ଚେଷ୍ଟା କରୁଛନ୍ତି । ଏଥିପାଇଁ ୱେଡିଂ ପ୍ଲାନଙ୍କୁ ମଧ୍ୟ ଟଙ୍କା ଦେବାକୁ ପଛାଉ ନାହାନ୍ତି । କିନ୍ତୁ କିଛି ଲୋକ ସେମାନଙ୍କ ବିବାହକୁ ନିରାଡ଼ମ୍ବର ଭାବେ କରି ମଧ୍ୟ ଚର୍ଚ୍ଚାକୁ ଆସନ୍ତି ।

ଛତିଶଗଡର ଯଶପୁରର ଏକ ଦମ୍ପତି ସେମାନଙ୍କ ବିବାହକୁ ଅତି ସରଳ ଢ଼ଙ୍ଗରେ କରିଥିଲେ । କିନ୍ତୁ ଏହି ସରଳତାରେ ମଧ୍ୟ ସେମାନଙ୍କ ବିବାହ ସ୍ମରଣୀୟ ହୋଇଛି । ଏହି ନବଦମ୍ପତି ନିଜ ବିବାହରେ ଅନାବଶ୍ୟକ ଖର୍ଚ୍ଚ କରିନଥିଲେ । ନା ଥିଲା ବିବାହ ଶୋଭାଯାତ୍ରା, ନା ଜଳିଥିଲା ହୋମ ନିଆଁ । ପଣ୍ଡିତଙ୍କ ମନ୍ତ୍ରଧ୍ୱନୀ ଓ ହାତଗଣ୍ଠି ବିନା ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନିରାଡ଼ମ୍ବର ଭାବେ କୋର୍ଟରେ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଶପଥ ନେଇଥିଲେ । ତେବେ ଏହି ଦମ୍ପତି ହେଉଛନ୍ତି ୟମନ ଲହରେ ଓ ପ୍ରତୀମା ମାହେଶ୍ୱରୀ ।

ଅଧିକ ପଢ଼ନ୍ତୁ: ଅନ୍ତୋଦୟ ଏକ୍ସପ୍ରେସରେ ବନ୍ଦ ଥିଲା ଗେଟ୍‌, ରାଗିଯାଇ ଯାତ୍ରୀ କଲେ ଭଙ୍ଗାରୁଜା...ଭାଇରାଲ ହେଲା ଭିଡିଓ

ଛତିଶଗଡ଼ର ଯଶପୁରର ଏହି ଦମ୍ପତି ଏପରି ବିବାହ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ । ଏମିତି କି ଏହି ନିଷ୍ପତ୍ତି ପାଇଁ ଉଭୟ ସମଗ୍ର ଅଞ୍ଚଳରେ ବେଶ୍‌ ପ୍ରଶଂସା ସାଉଁଟୁଛନ୍ତି । କୁହାଯାଉଛି ଯେ କାପୁ ଗାଁର ଅନେକ ଯୁବକ ଓ ଯୁବତୀ ବର୍ତ୍ତମାନ ଏଭଳି ବିବାହ କରିବାକୁ ପସନ୍ଦ କରୁଛନ୍ତି । ଅଯଥା ଅର୍ଥ ବ୍ୟୟ ନ କରି ଏହି ଲୋକମାନେ ସମ୍ବିଧାନର ଶପଥ ନେଇ ବିବାହ କରୁଛନ୍ତି ।

ସମ୍ବିଧାନକୁ ସାକ୍ଷୀ ରଖି ବିବାହ କରିବା ପରେ ଅନେକ ଲୋକ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୟମନ ଲହରେ ଏବଂ ପ୍ରତୀମା ମହେଶ୍ୱରୀ ସମ୍ବିଧାନର ଶପଥ ଗ୍ରହଣ କରି ବିବାହର ଶପଥ ଗ୍ରହଣ କରିଥିଲେ । ଉଭୟେ କହିଥିଲେ ଯେ ସେମାନଙ୍କ ଆଖିରେ ଭାରତର ସମ୍ବିଧାନ ହେଉଛି ଭଗବାନ । ଏହି କାରଣରୁ ଦୁହେଁ ଏହି ଉପାୟରେ ବିବାହ କରିବାକୁ ଚିନ୍ତା କଲେ । ସେ ତାଙ୍କ ପରିବାର ସଦସ୍ୟଙ୍କୁ ଏହା ଜଣାଇଥିଲେ, ଯାହା ପରେ ସେମାନେ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଅଧିକ ପଢ଼ନ୍ତୁ: ଦାମ୍ପତ୍ୟ ଜୀବନରେ ଘୋଟି ଆସୁଛି କଳାମେଘ: ହଜି ଯାଉଛି ମଧୁ, ଲିଭି ଯାଉଛି ଚନ୍ଦ୍ରିକା