Advertisment

କେମିତି ଅଛି ମୃତ୍ୟୁ ବିଜୟୀ ରାହୁଲ ? ଆସିଲା ଆଶ୍ୱସ୍ତିକର ଖବର...

ଚିକିତ୍ସାଧିନ ଅବସ୍ଥାରେ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍‌ରେ ଭିଡ଼ିଓ ଦେଖି ଖୁସି ହେଉଛି।

Chhattisgarh Borewell Mishap Know Rahul Health Condition

Chhattisgarh Borewell Mishap Know Rahul Health Condition

Advertisment

କେମିତି ଅଛି ଛତିଶଗଡ଼ର ମୃତ୍ୟୁ ବିଜୟୀ ବାଳକ ରାହୁଲ ସାହୁ ? ଚିକିତ୍ସାଧିନ ଅବସ୍ଥାରେ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ସମସ୍ତଙ୍କ ମନରେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରିଛି। ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୮୦ ଫୁଟ ଗଭୀର ବୋରୱେଲ୍‌ ଭିତରୁ ବାହାରି ହସ୍ପିଟାଲ୍‌ରେ ଚିକିତ୍ସାଧିନ ଥିବା ରାହୁଲ ଏବେ ସୁସ୍ଥ ହେବାରେ ଲାଗିଛି।

Advertisment

ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍‌ରେ ଭିଡ଼ିଓ ଦେଖି ଖୁସି ହେଉଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଛି। ରାହୁଲ ମେଡ଼ିକାଲ୍‌ରେ ଭର୍ତ୍ତି ହେବାର ଇତିମଧ୍ୟରେ ୫ ଦିନ ହୋଇଗଲାଣି। ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ହେଉଛି। ଜେନେରାଲ୍ ୱାର୍ଡରେ ଆଉ କିଛି ଦିନ ମଧ୍ୟରେ ସେ ଡିସ୍‌ଚାର୍ଜ ହେବ।

ନର୍କର ଛାତି ଚିରି ଯିଏ ବଞ୍ଚିକି ଫେରିଛନ୍ତି ସେହି ରାହୁଲଙ୍କୁ କିନ୍ତୁ ଏବେ ଖୋଜୁଛନ୍ତି ଆତ୍ମୀୟ। ମା’, ବାପା, ଜେଜେମା’ ସମସ୍ତେ ଖୋଜୁଛନ୍ତି। କେବଳ ପରିବାର ଲୋକେ ନୁହଁନ୍ତି , ଗାଁ ଲୋକେ ଓ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ରାହୁଲର ଫେରିବା ବାଟକୁ ଚାହିଁ ବସିଛନ୍ତି। ଏପରିକି ସ୍କୁଲ୍‌ରେ ରାହୁଲକୁ ଗୁରୁଜୀ,ଗୁରୁମାମାନେ ମଧ୍ୟ ତାକୁ ଖୋଜୁଛନ୍ତି।

Advertisment
Chhattisgarh Chhattisgarh Borewell Mishap Operation Rahul Rahul Rescue Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ