Advertisment

ଛତିଶଗଡ଼ରେ ଏନକାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ସଫା

ଦୁଇଦିନ ହେବ ନାରାୟଣପୁର ଜିଲ୍ଲାରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଆଜି ସକାଳୁ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମାଓବାଦୀ ମୁହାଁମହିଁ ହୋଇଥିଲେ। ଚାରିଟି ଜିଲ୍ଲା ନାରାୟଣପୁର, କାଙ୍କେର, ଦାନ୍ତେୱାଡା ଓ କୋଣ୍ଡଗାଁଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା।

ଅଦ୍ୟତନ ହୋଇଛି
encounter

encounter

Advertisment

ପୁଣି ଏନକାଉଣ୍ଟର। ଛତିଶଗଡ଼ ବିଜାପୁର ଜିଲ୍ଲାର ଆବୁଝମାଡ ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ମଧ୍ୟରେ ଆଉ ୨ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

Advertisment

ଦୁଇଦିନ ହେବ ନାରାୟଣପୁର ଜିଲ୍ଲାରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଆଜି ସକାଳୁ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମାଓବାଦୀ ମୁହାଁମହିଁ ହୋଇଥିଲେ। ଚାରିଟି ଜିଲ୍ଲା ନାରାୟଣପୁର, କାଙ୍କେର, ଦାନ୍ତେୱାଡା ଓ କୋଣ୍ଡଗାଁଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା। ଗତ ୧୨ତାରିଖରୁ ୪ଜିଲ୍ଲାର ଡିଆରଜି, ଏସଟିଏଫ୍ ଓ ଆଇଟିବିପିର ୫୩ବାଟାଲିୟନ ପକ୍ଷରୁ ଅପରେସନ ଚାଲୁ ରହିଛି। ବିଜାପୁର ଜିଲ୍ଲା ନାରାୟଣପୁରରେ ରହିଛି ଅବୁଝମାଡ଼ଜଙ୍ଗଲ। ଏହା ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ। ଏହି ଜଙ୍ଗଲ ପ୍ରାୟ ୪ହଜାର କିଲୋମିଟର ଅଞ୍ଚଳକୁ ବ୍ୟାପିଛି। ଅବୁଝମାଡ଼ ଜଙ୍ଗଲରେ ଟପ୍ ନକ୍ସଲ କ୍ୟାଡର ଲାଲବାହିନୀ ପାଇଁ ରଣନୀତି କରିଥାଆନ୍ତି।

Advertisment

ଗତ ଜୁନ ୮ତାରିଖରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଲାଲବାହିନୀ ଉପରେ ହମଲା ହୋଇଥିଲା । ଛତିଶଗଡ଼ ଦନ୍ତେୱାଡ଼ା-ନାରାୟଣପୁର ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଥିଲେ। । ଡିଆରଜି ଯବାନଙ୍କ ଗୁଳିରେ ଏହି ୫ ଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଥିଲା। ସେହିପରି ଛତିଶଗଡ଼ ନିକଟ ଭିମାନଖୋଜିରେ ଏକ ନକ୍ସଲ ଶିବିରକୁ ସୁରକ୍ଷାକର୍ମୀ ଧ୍ୱଂସ କରିଥିଲେ। ଘଟଣାସ୍ଥଳରୁ ଲାଲବାହିନୀ ଖସି ପଳାଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓ ପୁସ୍ତିକା, ଔଷଧ ସହ ରନ୍ଧାଖାଦ୍ୟ ଜବତ କରାଯାଇଥିଲା ।

ସେହିପରି ଜୁନ ୧୧ତିରଖରେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ସୀମାର ପୁସୁଗୁପା ଜଙ୍ଗଲରୁ ସ୍ପାଇକ୍ ହୋଲ୍ ଠାବ କରିଥିଲେ ସୁରକ୍ଷାବାହିନୀ। ଛତିଶଗଡ଼ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପେରେସନ ଚାଲିଥିଲା। ଏହି ସମୟରେ ମାଟି ଖୋଳି ଲୁହା କଣ୍ଟା ପୋତି ଶୁଖିଲା ପତ୍ର ଘୋଡେଇ ରଖାଯାଇଥିବା ସୁରକ୍ଷାକର୍ମୀମାନେ ଦେଖିବାକୁ ପାଇଥିଲେ । ଜଙ୍ଗଲରୁ ୪୩୯୬ଟି ଲୁହା ସ୍ପାଇକ୍ ଜବତ କରାଯାଇଥିଲା। ସୀମାନ୍ତ ଅଂଚଳରେ ଏବେ ଜୋରଦାର ସର୍ଚ୍ଚ ଅପେରେସନ ଚାଲିଛି ।

Advertisment
Chhattisgarh Encounter Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ