Advertisment

Chhangur Baba: ପୋଲିସ ଖୋଲିଦେଲା ଛାଙ୍ଗୁର ବାବାର ମୁଖା, ଆରଏସଏସର ନାଁ ବ୍ୟବହାର କରି...

ଛାଙ୍ଗୁର ବାବା ଆୱାଧ ନାମକ ଏକ ସଂଗଠନର ସାଧାରଣ ସଂପାଦକ ଥିଲେ । ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଇଦୁଲ୍ ଇସଲାମ୍ ଏହି ସଂସ୍ଥା ଚଳାଉଥିଲେ । ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି, ଏହି ସଂସ୍ଥାର ନାଁ ଏମିତି ବଛାଯାଇଛି ଯେମିତି ଜଣେ ଭାବିବ, ଏହା ହେଉଛି ଆରଏସଏସର ଏକ ସହଯୋଗୀ ସଂସ୍ଥା ।

ଅଦ୍ୟତନ ହୋଇଛି
Chhangur Baba

Chhangur Baba

Advertisment

ଉତ୍ତରପ୍ରଦେଶର ଛାଙ୍ଗୁର ବାବା ନିଜକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍) ର ସଭ୍ୟ ବୋଲି ପରିଚୟ ଦେଇ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବ୍ୟବହାର କରି ଲେଟରହେଡ୍ ତିଆରି କରି ଲୋକଙ୍କୁ ଠକିବା ଏବଂ ଲୁଟ କରିବା ଅଭିଯୋଗରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

Advertisment

ଛାଙ୍ଗୁର ବାବା ନିଜକୁ ଆରଏସଏସ୍ ସଭ୍ୟ ବୋଲି କହି କିଛି ଲୋକଙ୍କ ନିକଟତର ହେଉଥିଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ଆରଏସଏସ୍‌ର ଲୋଗୋ ବ୍ୟବହାର କରି ଏକ ଲେଟରହେଡ୍ ତିଆରି କରିଥିଲେ । ଏହାଦ୍ୱାରା ସେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସେ ଭାରତ ପ୍ରତିକାର୍ଥ ସେବା ସଂଘର ମୁଖ୍ୟ ଅଛନ୍ତି ।  ଛାଙ୍ଗୁର ବାବା ଆୱାଧ ନାମକ ଏକ ସଂଗଠନର ସାଧାରଣ ସଂପାଦକ ଥିଲେ । ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଇଦୁଲ୍ ଇସଲାମ୍ ଏହି ସଂସ୍ଥା ଚଳାଉଥିଲେ । ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି, ଏହି ସଂସ୍ଥାର ନାଁ ଏମିତି ବଛାଯାଇଛି ଯେମିତି ଜଣେ ଭାବିବ, ଏହା ହେଉଛି ଆରଏସଏସର ଏକ ସହଯୋଗୀ ସଂସ୍ଥା । ଏହି ସଂସ୍ଥାର ନାଗପୁରରେ ମଧ୍ୟ ଏକ ଅଫିସ ଅଛି । ଆରଏସଏସର ମୁଖ୍ୟଦପ୍ତର ନାଗପୁରରେ ଥିବାରୁ ଏକ ଭିନ୍ନ ପରିଚୟ ପାଇଁ ଏହା କରାଯାଇଥିଲା ବୋଲି ପୋଲିସ କହିଛି ।

Advertisment

ସରକାରୀ ଅଫିସରଙ୍କ ନାଁରେ ବିଶ୍ୱାସ ଜନ୍ମାଇବା ପାଇଁ ଛାଙ୍ଗୁର ବାବା ବିଭିନ୍ନ ସମୟରେ ଆରଏସଏସ କର୍ମକର୍ତ୍ତାଙ୍କ ନାଁ ମଧ୍ୟ ନେଉଥିଲେ ।

ଛାଙ୍ଗୁର ବାବାଙ୍କୁ ଏଇମାସ ପ୍ରଥମ ସପ୍ତାହରେ ଗିରଫ କରାଯାଇଛି । ସେ ଧର୍ମାନ୍ତରୀକରଣ କରୁଥିବାର ଅଭିଯୋଗ ହୋଇଛି । ବିଦେଶରୁ ଅର୍ଥ ଆଣି ସେ ଧର୍ମାନ୍ତରୀକରଣ କରୁଥିଲେ ବୋଲି ପୋଲିସ କହିଛି । ତାଙ୍କ ଟାର୍ଗେଟରେ ପଛୁଆ ବର୍ଗ ଓ ଗରିବ ନାବାଳିକାମାନେ ଥିଲେ ବୋଲି ପୋଲିସ କହିଛି । ଛାଙ୍ଗୁର ବାବାଙ୍କ ଅର୍ଥ କାରବାର ନେଇ ଇଡି ପକ୍ଷରୁ ମଧ୍ୟ ୧୪ଟି ସ୍ଥାନରେ ରେଡ୍ କରାଯାଇଛି । ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିଦେଶରୁ କୋଟି କୋଟି ଟଙ୍କା ଆସିଥିବାର ପ୍ରମାଣ ମିଳିଛି ।

Advertisment

ଅଧିକ ପଢ଼ନ୍ତୁ: ଛାଙ୍ଗୁର ବାବାଙ୍କ ନେଟୱର୍କରେ ଇଡି ମାଡ଼, ୧୪ଟି ସ୍ଥାନରେ ଚାଲିଛି ରେଡ୍

Police Uttar Pradesh RSS Allegations Religious Conversion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ