Advertisment

ପୂର୍ବତନ ସାଂସଦ ଚନ୍ଦନ ମିତ୍ରାଙ୍କ ପରଲୋକ

ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ୬୫ ବର୍ଷ ବୟସରେ ଗତକାଲି ରାତିରେ ପରଲୋକ ହୋଇଯାଇଛି। ଏ ନେଇ ତାଙ୍କର ପୁଅ କୁଶନ ମିତ୍ର ଟୁଇଟ କରି ସୂଚନା ଦେଇଛନ୍ତି।

Chandan Mitra

Chandan Mitra

Advertisment

କୋଲକାତା: ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ୬୫ ବର୍ଷ ବୟସରେ ଗତକାଲି ରାତିରେ ପରଲୋକ ହୋଇଯାଇଛି। ଏ ନେଇ ତାଙ୍କର ପୁଅ କୁଶନ ମିତ୍ର ଟୁଇଟ କରି ସୂଚନା ଦେଇଛନ୍ତି। ଚନ୍ଦନ ମିତ୍ର ଇଂରାଜୀ ଖବରକାଗଜ ‘The Pioneer’ର ସମ୍ପାଦକ ଥିଲେ। ତେବେ ଚଳିତବର୍ଷ ଜୁନ୍‌ରେ ସେ ଏହାର ପ୍ରିଣ୍ଟର ଏବଂ ପବ୍ଲିଶର ପଦରୁ ଇସ୍ତାଫା ଦେଇଥିଲେ। 

Advertisment

ତାଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ ପ୍ରକାଶ କରି କହିଛନ୍ତି, ‘ଶ୍ରୀ ଚନ୍ଦନ ମିତ୍ରାଜୀ ତାଙ୍କର ବୁଦ୍ଧିମତା ଏବଂ ଦୂରଦୃଷ୍ଟି ପାଇଁ ସବୁବେଳେ ମନେ ରହିବେ। ସେ ମିଡିଆ ଏବଂ ରାଜନୀତି ଉଭୟ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଛାଡ଼ି ଯାଇଛନ୍ତି। ତାଙ୍କର ପରିବାର ପ୍ରତି ସମ୍ବେଦନା। ଓମ୍‌ ଶାନ୍ତି।’

Advertisment

ସେହିପରି ରାଜ୍ୟସଭା ଏମି଼ପି ସ୍ୱପ୍ନା ଦାଶଗୁପ୍ତା ଟୁଇଟ କରି କହିଛନ୍ତି, ‘ମୁଁ ଚନ୍ଦନ ମିତ୍ୟ ଏବଂ ମୋର ୧୯୭୨ର ସ୍କୁଲ ବେଳର ଏକ ଫଟୋ ସେୟାର କରିଛି। ଯେଉଁଠି ବି ଥାଅ, ଭଲରେ ଥାଅ ମୋ ସାଙ୍ଗ। ଓମ୍‌ ଶାନ୍ତି’

Advertisment

ଚନ୍ଦନ ମିତ୍ର ୨୦୧୮ରେ ଭାଜପା ଛାଡି ମମତାଙ୍କ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ। ଚନ୍ଦନ ମିତ୍ରା ଅଗଷ୍ଟ ୨୦୦୩ରୁ ୨୦୦୯ ଯାଏ ରାଜ୍ୟସଭା ସାଂସଦ ଥିଲେ। ଜୁନ୍‌ ୨୦୧୦ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୬ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ଏଲକେଆଡଭାନୀଙ୍କ ସମୟରେ ସେ ଜଣେ ବରିଷ୍ଠ ନେତା ଥିଲେ। କିନ୍ତୁ ନରେନ୍ଦ୍ର ମୋଦିଙ୍କ ସମୟରେ ବିଜେପି ଛାଡ଼ି ଦେଇଥିଲେ।

Former MP Chandan Mitra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ